Home ଜିଲ୍ଲା ପରିକ୍ରମା ପାଳିଆରେ କୁରାଳ ପଞ୍ଚମୀ ଅନୁଷ୍ଠିତ

ପାଳିଆରେ କୁରାଳ ପଞ୍ଚମୀ ଅନୁଷ୍ଠିତ

96

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ପଞ୍ଚାୟତ ଅଧୀନ କୁମ୍ଭକାରସାହିରେ କୁରାଳ ପଞ୍ଜମୀ ଅନୁଷ୍ଠିତ ହୋଇଯାଇଛି। କୁରାଳ ପଞ୍ଚମୀ କୁମ୍ଭକାର ସଂମ୍ପ୍ରଦାୟର ଏକ ବଡ ପର୍ବ। ଏହି ପର୍ବ ମାର୍ଗଶୀର ମାସ ପଞ୍ଚମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ବେଶ ଆଡମ୍ବରରେ ପାଳନ ହୁଏ। କୁମ୍ଭକାର ମାନେ ନିଜର ବୃତ୍ତି କରୁଥିବା ହାତହତିଆର ଲକ୍ଷ୍ମୀନାରାୟଣଙ୍କର ପାଖରେ ରଖି ପୂଜାର୍ଚ୍ଚନା କରନ୍ତି। କୀମ୍ବଦନ୍ତୀ ଅନୁସାରେ ପାଣ୍ଡବ ମାନେ କୁମ୍ଭାରଶାଳାରେ ଆଶ୍ରୟ ନେଇଥିଲେ ବୋଲି ଜଣାପଡେ। କୁରାଳ ପଞ୍ଚମୀ କୁମ୍ଭକାର ମାନେ ବେଶ ଯାକ ଯମକରେ ପୂଜାର୍ଚ୍ଚନା କରିଆସୁଛନ୍ତି କେଉଁ କାଳରୁ ଏବେବି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ପାଳିଆବିନ୍ଧା ପଞ୍ଚାୟତ କୁମ୍ଭାର ସାହିରେ ସୁନ୍ଦର ସାଜ ସଜ୍ଜା ସହ ଲକ୍ଷ୍ମୀନାରାୟଣଙ୍କର ମେଢ ପୂଜା ହେବାର ଦେଖିବାକୁ ମିଳୁଛି। ଏହି ପୂଜା କୁମ୍ଭକାର ସାହିରେ ପ୍ରାୟତଃ ଅନେକ ପୂର୍ବ ପୂରୁଷରୁ ହେଇ ଆସୁଛି ବୋଲି ଗ୍ରାମବାସୀ ପୂର୍ବାନୁମାନ କରୁଛନ୍ତି। ଏହି କୁରାଳ ପଞ୍ଚମୀ ୭ ଦିନ ବହୁତ ଆଡମ୍ବର ସହ ହେଇଥାଏ ଏଠାରେ ବାଦି ପାଲା, ଭଜନ ସମାରୋହ ବିଭିନ୍ନ କଳା ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.