Home ଜିଲ୍ଲା ପରିକ୍ରମା ପାରା ଲିଗାଲ୍ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ

ପାରା ଲିଗାଲ୍ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ

65

ପୁରୀ, ୨୫/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପକ୍ଷରୁ ପାରାଲିଗାଲ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆଜି ଏକ ପ୍ରଶିକ୍ଷଣ ଶିବିର ଆଇନ ସେବା ପ୍ରାଧୀକରଣ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲା ଜଜ୍ ବିଦ୍ୟୁତ୍ କୁମାର ମିଶ୍ର ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପାରା ଲିଗାଲ ସ୍ୱେଚ୍ଛାସେବୀମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଜଜ୍ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ଜିଲ୍ଲା ଜଜ୍ ବୈସଂପାୟନ କର ଆଇନସେବା ପ୍ରାଧୀକରଣ ସଚିବ ଅମରେଶ ମହାପାତ୍ର, ପୁରୀ ଜିଲ୍ଳା ସହକାରୀ ଶ୍ରମ ଅଧିକାରୀ ଏସ୍ ଜେନା ପ୍ରମୁଖ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.