Home Top News ପାତାଳି ନଦୀର ହଳଦୀ ଘାଟରେ ମାଛ ଧରିବାକୁ ଯାଇ ଦୁଇ ନାବାଳିକା ମୃତ

ପାତାଳି ନଦୀର ହଳଦୀ ଘାଟରେ ମାଛ ଧରିବାକୁ ଯାଇ ଦୁଇ ନାବାଳିକା ମୃତ

71

କୋରପୁଟ : ୧୧/୩ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ନନ୍ଦପୁର ବ୍ଲକର ପାଡ଼ୁଆଥାନା ଅନ୍ତର୍ଗତ ପଡେଇସିଙ୍ଗ ଗ୍ରାମ ନିକଟ ପାତାଳି ନଦୀର ହଳଦୀ ଘାଟରେ ଆଜି ଦୁଇ ଜଣ ନାବାଳିକା ମାଛ ଧରିବାକୁ ଯାଇ ଗଭୀର ଜଳରେ ବୁଡ଼ି ମୃତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗୋଲୁର ଗ୍ରାମପଞ୍ଚାୟତର ପଡେଇସିଙ୍ଗ ଗ୍ରାମ ନିକଟସ୍ଥ ପାତାଳି ନଦୀର ହଳଦୀ ଘାଟରେ ଆଜି ୧୧.୧୦ମିନିଟ ସମୟରେ ମାଛ ଧରିବାକୁ ଯାଇ ଗଭୀର ଜଳରେ ଦୁଇ ନାବାଳିକା ବୁଡ଼ି ଯାଇ ମୃତ୍ୟୁ ବରଣ କରିଥିଲେ। ମୃତ ନାବାଳିକା ମାନଙ୍କ ମଧ୍ୟରୁ ପଡେଇସିଙ୍ଗ ଗ୍ରାମର ଦଶମନ୍ତ ଖିଲଙ୍କ ଝିଅ ଅନିତା ଖିଲ ଓ ଟାମଡିଙ୍ଗ ଗ୍ରାମର ଭକ୍ତରାମ ଖିଲଙ୍କ ଝିଅ ଡାଲି ଖିଲ ବୋଲି ଜଣାପଡ଼ିଛି। ଆଜି ସାପ୍ତାହିକ ଗୁରୁବାର ହାଟ ଥିବାରୁ ସେହି ଘାଟ ଦେଇ ପାଡ଼ୁଆ ଯାଉଥିବା ସମୟରେ ଦୁଇ ନାବାଳିକା ବୁଡ଼ି ଯାଉଥିବାର ଦେଖି ଗ୍ରାମବାସୀ ମିଶି ଖୋଜାଖୋଜି କରି ଦୁଇ ଶବ ଉଦ୍ଧାର କରିଥିଲେ। ଏନେଇ ପରିବାର ପକ୍ଷରୁ ପାଡ଼ୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗକୁ ଭିତ୍ତି କରି ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ସରୋଜ ମଲ୍ଲିକ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.