Home କେନ୍ଦୁଝର ଜମି ବିବାଦକୁ ନେଇ ଦୁଇ ପରିବାର ମୁହାଁମୁହିଁ

ଜମି ବିବାଦକୁ ନେଇ ଦୁଇ ପରିବାର ମୁହାଁମୁହିଁ

28

ହାଟଡ଼ିହି-୧୧ / ୩ , (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ନୀଳାପୁର ଗ୍ରାମରେ ଜମି ବିବାଦକୁ ନେଇ ଦୁଇପରିବାର ମୁହାଁମୁହିଁଁ ହୋଇଥିବାବେଳେ ଠିକ ସମୟରେ ପୁଲିସ ପହଞ୍ଚିବାରୁ ଏକ ବଡଧରଣର ଗୋଷ୍ଠୀ ସଂଘର୍ଷକୁ ଏଡାଯାଇ ପାରିଛି । ଖବରରୁ ଜଣାଯାଇଛି ଯେ ନୀଳାପୁର ଗ୍ରାମରେ ଅନାମ ଜେନ. ଦାମ ଜେନା ଓ କାର୍ତ୍ତିକ ଜେନା, କୃଷ୍ଣ ଜେନା, ଗୋବିନ୍ଦ ଜେନା, କୁନି ଜେନାଙ୍କ ପରିବାର ମଧ୍ୟରେ ଜମିବାଡି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା । ଏହାକୁ ନେଇ ଦୁଇ ଦୁଇଥର ମାପଚୁପ ହୋଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନଥିଲା । ଗତକାଲି ଅନାମ ଓ ଦାମଙ୍କ ପରିବାର ଲୋକେ ତାଙ୍କ ସୀମା ବୋଲି କହି ଜୋର ଜବରଦସ୍ତ ବାଡ ବୁଜିବା, ଗଛ ହାଣିବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଖବରପାଇ ଆନନ୍ଦପୁର ପୁଲିସ ଓ ଜଂଗଲ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଯେ ଯୁଆଡେ ପାରିଲେ ଛତ୍ରଭଙ୍ଗ ଦେଇଥିଲେ । ଫଳରେ ଏକ ବଡଧରରଣର ସଂଘର୍ଷକୁ ଏଡାଇ ଦିଆଯାଇ ପାରିଛି ବୋଲି ଆଲୋଚନା ହେଉଛି । ଏନେଇ କୃଷ୍ଣ ଓ କାର୍ତ୍ତିକଙ୍କ ପରିବାର ପକ୍ଷରୁ ଆନନ୍ଦପୁର ଥାନାରେ ଅଭିଯୋଗ କରାଯାଇଛି । ଏହାକୁନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.