Home ଓଡ଼ିଶା ପାଣ୍ଡିୟାନଙ୍କ ନିର୍ଦ୍ଦେଶରେ ପୋଲିସ ସାଜିଛି ବିଜେଡି କର୍ମୀ :ବିଜେପି

ପାଣ୍ଡିୟାନଙ୍କ ନିର୍ଦ୍ଦେଶରେ ପୋଲିସ ସାଜିଛି ବିଜେଡି କର୍ମୀ :ବିଜେପି

1373

ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଶୋଇଙ୍କୁ ବେଆଇନ ଭାବେ ଗରିଫ କରିବା ପ୍ରସଙ୍ଗରେ
ଭୁବନେଶ୍ୱର, ୧୯/୦୪ (ଓଡ଼ିଆ ପୁଅ) : ଗତକାଲି ସୋରଡା ନିର୍ବାଚନୀ ମଣ୍ଡଳୀରେ ଯୋଜନାବଦ୍ଧ ଭାବେ ଉଦ୍ୟମ କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ନିଦ୍ଦେର୍ଶରେ ଗଞ୍ଜାମ ପୋଲିସ ଓ ଜିଲ୍ଳାପାଳ ତଦନ୍ତ ନକରି ସୋରଡା ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ନୀଳମଣି ବିଶୋଇଙ୍କୁ ଇଭିଏମ ଭାଙ୍ଗିବା ଅଭିଯୋଗରେ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ବୁଥରେ ଦିନସାରା ରିଗିଂ ଚାଲୁଥିଲା ଏବଂ ସେଠି ବିଜେପିର ଏଜେଣ୍ଟ ମାନଙ୍କୁ ପୋଲିଙ୍ଗ କେନ୍ଦ୍ରରୁ ବାହାର କରି ଦିଆଗଲା। ପୋଲିଙ୍ଗ ଅଫିସର ବିଜୁ ଜନତା ଦଳକୁ ସୁହାଇଲା ଭଳି ମନମାନି କଲେ। ଖୋଲା ଖୋଲି ଭାବେ ବୁଥ ରିଗିଂ ଚାଲିଥିବାବେଳେ ବିଜୁ ଜନତା ଦଳର କର୍ମକର୍ତା ମାନେ ଇଭିଏମ ମେସିନକୁ ତଳେ ଫୋପାଡି ଦେଇଥିଲେ ଓ ତାହା ଭାଙ୍ଗିଯାଇଥିଲା। ହେଲେ ଏହି ଘଟଣାରେ ବିଜୁ ଜନତା ଦଳର ସେହି ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ଶ୍ରୀ ବିଶୋଇଙ୍କୁ ଗରିଫ କରାଯାଇଥିଲା। ଏହାର ପ୍ରତିବାଦରେ ରାଜ୍ୟ ଉପସଭାତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ ନିଦ୍ଦେର୍ଶରେ ବିଜେପିକୁ ବଦନାମ କରିବା ପାଇଁ ବିଜେପିର ବିଧାୟକ ପ୍ରାର୍ଥୀଙ୍କୁ ଗରିଫ କରାଯାଇଛି। ଏହାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯିବା ସହ ସେଠାର ସିସିଟିଭି ଯାଂଚ କରାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ଜୟନ୍ତ ଜେନା ଏବଂ ଆଇନଜୀବୀ ଶ୍ରୀ ସତ୍ୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.