Home କୋରାପୁଟ ଦାମନଯୋଡି ହିଲଟପରେ କୁଆ ପଥର ବୃଷ୍ଟି

ଦାମନଯୋଡି ହିଲଟପରେ କୁଆ ପଥର ବୃଷ୍ଟି

658

କୋରାପୁଟ ୧୯-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ) ଦାମନଯୋଡିସ୍ଥିତ ନାଲକୋ ଖଣି ପଂଚପଟ୍ଟମାଳି ହିଲଟପ ଅଂଚଳରେ ଶୁକ୍ରବାର ଅପରାହ୍ନରେ ପ୍ରବଳ କୁଆ ପଥର ବର୍ଷା ହୋଇଛି। ଫଳରେ ଜନ ଜୀବନ କିଛି ସମୟ ପାଇଁ ପ୍ରଭାବୀତ ହୋଇଥିଲେ ମଧ୍ୟ କୌଣସି କ୍ଷୟ କ୍ଷତିର ସୂଚନା ମିଳି ନାହିଁ। ଶୁକ୍ରବାର ଅପରାହ୍ନ ୨ଟା ମଧ୍ୟରେ କୋରାପୁଟ ଜିଲାର ବନ୍ଧୁଗାଁ, ନାରାୟଣପାଟଣା, ଲକ୍ଷ୍ମୀପୁର, ସେମିଲିଗୁଡା ବ୍ଲକରେ ଘଡଘଡି ସହ କୁଆ ପଥର ବର୍ଷା ହେବା ସମ୍ଭାବନା ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର୍ ସୂଚନା ଦେଇଥିଲେ। ତେବେ ଅପରାହ୍ନ୍ନ ୫ଟା ସୁଦ୍ଧା ନାରାୟଣପାଟଣାରେ ସାମାନ୍ୟ କୁଆ ପଥର ବୃଷ୍ଟି ଓ ହିଲ୍ ଟପ୍ ଅଂଚଳରେ ପ୍ରବଳ କୁଆ ପଥର ବର୍ଷା ବ୍ୟତୀତ ଆଉ କୌଣସି ସ୍ଥାନରେ ବର୍ଷା କିମ୍ବା କିଛି କ୍ଷୟ କ୍ଷତି ହୋଇନଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.