Home ଜିଲ୍ଲା ପରିକ୍ରମା ପାଣ୍ଡିଆନଙ୍କ ଇସ୍ତଫା ନାଟକ ପଛରେ ବିଜେଡ଼ି ଓ ବିଜେପିର ମଧୁଚନ୍ଦ୍ରିକା

ପାଣ୍ଡିଆନଙ୍କ ଇସ୍ତଫା ନାଟକ ପଛରେ ବିଜେଡ଼ି ଓ ବିଜେପିର ମଧୁଚନ୍ଦ୍ରିକା

34

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱେଚ୍ଛାକୃତ ଅବସର ପାଇଁ ଜନୈକ ଆଇଏଏସ୍ ଅଧିକାରୀଙ୍କ ଆବେଦନପତ୍ର ଦୀର୍ଘ ୧ ମାସରୁ ପଡ଼ି ରହିଥିବା ବେଳେ ଆଇଏଏସ୍ ଭି.କେ. ପାଣ୍ଡିଆନ୍‌ଙ୍କ ଇସ୍ତଫାପତ୍ର ମାତ୍ର କେଇଘଣ୍ଟାରେ ଅନମୋଦିତ ହେବା ଉଭୟ ବିଜେଡ଼ି ଓ ବିଜେପିର ମଧୁଚନ୍ଦ୍ରିକାର ଏକ ଜ୍ୱଳନ୍ତ ପ୍ରମାଣ ବୋଲି ଆଜି ଜିଲ୍ଳା କଂଗ୍ରେସ ମୁଖ୍ୟମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଶ୍ରୀ ରାୟମହାପାତ୍ର କହିଥିଲେ କି ମାତ୍ର ୪୮ ଘଣ୍ଟାରେ ପାଣ୍ଡିଆନଙ୍କ ଇସ୍ତଫାପତ୍ର ଗୃହୀତ ହେବା ବିଜେପି ସରକାରର ଏକ କଳଙ୍କିତ ଅଧ୍ୟାୟ । ପୁଣି ପାଣ୍ଡିଆନଙ୍କ ବିରୁଦ୍ଧରେ ସର୍ବଭାରତୀୟ ପ୍ରଶାସନିକ ସେବାଆଇନ୍ ତଥା ଆଚାର ସଂହିତାର ଉଲଂଘନ କରାଯାଇଥିବାର ଏକ ମାମଲା ବିଚାରାଧିନ ରହିଥିବା ବେଳେ ସେ ଦୋଷୀ କି ନିର୍ଦ୍ଦୋଷ କୋର୍ଟ କୌଣସି ରାୟ ଦେଇ ନଥିବା ବେଳେ ତାଙ୍କ ଇସ୍ତଫାପତ୍ର କିପରି ଅନୁମୋଦନ କରାଗଲଶ ବୋଲି ରାୟମହାପାତ୍ର ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ପାଣ୍ଡିଆନଙ୍କ ଇସ୍ତଫା ଗ୍ରହଣ ହେବାର ମାତ୍ର ୨ ଘଣ୍ଟା ନ ପୂରୁଣୁ ତାଙ୍କୁ ୫ଟି ଅଧ୍ୟକ୍ଷ ପକ୍ଷରେ ନିଯୁକ୍ତ କରାଯିବା ବିଜେଡ଼ି ସରକାରର ଆଉ ଏକ ଚାଲ ।

ରାଜ୍ୟରେ ପାଣ୍ଡିଆନ ୫ଟି ସଚିବରୁ ଯିବା ପରେ ସରାକର ଆଉ ଜଣଙ୍କୁ ସେ ପଦରେ ନିଯୁକ୍ତି ନ କରି ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟାର ମନ୍ତୀ କ୍ଷମତାର ୫ଟି ଅଧ୍ୟକ୍ଷ କରିବା ମୂଳରେ କୋଉ ଅଭିସନ୍ଧି ରହିଛି ବୋଲି ପଚାରିଥିଲେ । ଜଣେ ଅଣଓଡ଼ିଆ ମୁଖ୍ରମନ୍ତୀଙ୍କ ଡମି ସାଜି ଓଡ଼ିଶାକୁ ପରୋକ୍ଷ ଶାସନ କରିବା ଓଡ଼ିଶାବସୀଙ୍କ ପ୍ରତି ଘୋର ଅପମାନ । ଆଗାମୀ ୨୦୨୪ ନିର୍ମାଚନରେ ବିଜେଡ଼ି ବିଜେପିର ଭିତିରି ବୁଝାମଣା ପାଇଁ ପାଣ୍ଡିଆନ ମାଧ୍ୟମ ହେବା ଏଇଥିରୁ ସ୍ପଷ୍ଟ ଜଣାପଡ଼ୁଛି । ଆମ ଓଡ଼ିଶା ଓ ନବୀନ ଓଡ଼ିଶା ନାମରେ ରାଜ୍ୟ ରାଜକୋଷରୁ ଯେଉଁ ୪ ହଜାର କୋଟଠି ଟଙ୍କା ଖର୍ଚ୍ଚ କରାଯିବାର ଯେଉଁ ନିଷ୍ପତି ହୋଇଛି ତାହା ବାସ୍ତବରେ ଆଗାମୀ ନିର୍ବାଚନ ବଜେଟ ବୋଲି ରାୟମହାପାତ୍ର କହିଛନ୍ତି । ତୁରନ୍ତ ରାଜ୍ୟ ସରକାର ପାଣ୍ଡିଆନଙ୍କ ଇସ୍ତଫା ପଛର ରହସ୍ୟ ସର୍ବସାଧାଣରେ ପ୍ରକାଶ କରନ୍ତୁ ବୋଲି ଶ୍ରୀ ରାୟମହାପାତ୍ର ଦାବି କରିଛନ୍ତି । ଏହି ଖବରଦାତା ସମ୍ମିଳନରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା କଂଗ୍ରେସ ସଭାପତି ଅଶୋକ ଦାସ, ରାଜ୍ୟ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ଅମିତାବାଳା ଆଚାର୍ଯ୍ୟ,ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ଜେନା, ବଳରାମ ରାଉତ, ଇଲିଆସ ଖାଁ, ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.