Home କେନ୍ଦୁଝର ପାଣିରେ ଭାଷୁଛି ଶହଶହ ଏକର ଜମି, କାଦୁଅ ବିଲ ଯୋଗୁଁ ଅମଳ ହୋଇପାରୁନି ଧାନ

ପାଣିରେ ଭାଷୁଛି ଶହଶହ ଏକର ଜମି, କାଦୁଅ ବିଲ ଯୋଗୁଁ ଅମଳ ହୋଇପାରୁନି ଧାନ

86

ହାଟଡିହି-୪ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଅଦିନିଆ ବର୍ଷାଯୋଗୁଁ ହାଟଡିହି ବ୍ଲକର ଶହଶହ ଏକର ଚାଷ ଜମି ଏବେ ପାଣି ଭାଷୁଛି । ଅନ୍ୟ ଜମି ଗୁଡିକରେ କାଦୁଅ ହୋଇଥିବାରୁ ଚାଷୀମାନେ ଧାନକୁ ଅମଳ କରିପାରୁ ନାହାନ୍ତି । ଏପରିକି ଜଣେ ଜଣେ ଚାଷୀଙ୍କର ସମ୍ପୁର୍ଣ୍ଣ ଚାଷ ମଧ୍ୟ ଉଜୁଡି ଯାଇଛି । ଏପରି ସ୍ଥିତିରେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଥିବାବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଖବରରୁ ଜଣାଯାଇଛି ଯେ ଗତ ଡିସେମ୍ବର ୪ ଓ ୫ତାରିଖରେ ଲଗାଣ ବର୍ଷା ଯୋଗୁଁ ପାଚିଲା ଧାନ କିଆରୀ ସବୁ ପାଣିରେ ଭରି ଯାଇଥିଲା । ଧିରେ ଧିରେ ତାହା ଶୁଖିବାକୁ ଯାଉଥିବାବେଳେ ପୁନର୍ବାର ଗତ ୨୮ ଓ ୨୯ତାରିଖରେ ପୁଣି ବର୍ଷା ହେବାରୁ ଖାଲୁଆ ଧାନ କିଆରୀ ଗୁଡିକ ପାଣିରେ ଭରି ଯାଇଛି । ଏପରି ଅବସ୍ଥା ହୋଇଛି ଯେ ବିଲ ଭିତରକୁ ଧାନକଟା ମେସିନି ପସି ପାରୁ ନାହିଁ । ଧାନ କାଟଠିବା ପାଇଁ ଲୋକ ବି ମିଳୁ ନାହାନ୍ତି । ଫଳରେ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ହାଟଡିହି, ଅକରୁଆ, ବଞ୍ଚୋ, ଶାସଙ୍ଗ, ସଢ଼ା, ଜମ୍ଭୀରା, ମରୈଗାଁ, ବଡରମ୍ପାସ, ଆମ୍ବୋ, ଓରାଳି,ପନ୍ଦାଡୋ, ପଞ୍ଚୁଗୋଛିଆ ଆଦି ପଞ୍ଚାୟତ ଗୁଡିକରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ଏକର ଏକର ଜମିରେ ଧାନ ଗଜା ହୋଇ ଗଛ ହେଲାଣି । ମରୈଗାଁ ପଞ୍ଚାୟତର ଶଙ୍ଖଣା, ତେନ୍ତୁଲିନଣ୍ଡା ଗ୍ରାମରେ ଅନେକ ଚାଷୀଙ୍କ ଚାଷ ଉଜୁଡି ଯାଇଥିବା ଦେଖିବାକୁ ମିଳିଛି । ଶଙ୍ଖଣା ଗ୍ରାମର ଚାଷୀ ଗୌରାଙ୍ଗ ଆୟଚଙ୍କ ୫ଏକରରୁ ଉର୍ଦ୍ଧ ଜମି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ବିହନ ମୁଠେ ପାଇବା ନେଇ ସନ୍ଦେହ ବୋଲି ସେ କହିଛନ୍ତି । ସେହିପରି ଚାଷୀ ନିରଞ୍ଜନ ସେଠୀ ଏକ ଏକର ଜମିରେ ଧାନଚାଷ କରିଥିବାବେଳେ ଅଧାଜମିର ଧାନ ଚାଷ ସମ୍ପୁର୍ଣ୍ଣ ଉଜୁଡି ଯାଇଛି । ପାଣିରୁ ଛାଣିକରି ଧାନ କାଟୁଛନ୍ତି । ତାଙ୍କର ଦୁଇ ତିନୋଟି କିଆରୀରେ ଶୋଇପଡିଥିବା ଧାନସବୁ ଏବେ ଗଜାହୋଇ ଗଛ ହେଲାଣି । ସେହିପରି କୈଳାଶ ଯେନା ନାମକ ଜଣେ ଚାଷୀ ୪୦ଡସିମିଲି ଚାଷ କରିଥିବାବେଳେ ତାଙ୍କ କିଆରୀକୁ ଦାଆ ମଧ୍ୟ ଜିବନି ବୋଲି କହିଛନ୍ତି । ସେହିପରି ରାଜେନ୍ଦ୍ର ପହିଙ୍କ ତିନି ଏକର, ନିତ୍ୟାନନ୍ଦ ଆୟଚଙ୍କ ଏକ ଏକର, ସତ୍ୟାନନ୍ଦ ଆୟଚଙ୍କ ଏକ ଏକର, ବ୍ରହ୍ମାନନ୍ଦ ଆୟଚଙ୍କ ଏକ ଏକର ଚାଷଜମି ସମ୍ପୁର୍ଣ୍ଣ ପାଣିରେ ନଷ୍ଟ ହୋଇଯାଇଥିବା କହିଛନ୍ତି । ଏବେ ଏବେ ଶୁଖୁଥିବା ଧାନ କିଆରୀରୁ ଧାନ ଅମଳ କରିବା ବେଳକୁ ଧାନସବୁ ବିଲରେ ଝଡି ପଡୁଥିବାରୁ ଅଧା ଧାନବି ଖଳାକୁ ଆସୁନଥିବା ଚାଷୀମାନେ କହିଛନ୍ତି । ଯାହାକୁନେଇ ଚାଷୀକୁଳ ଚିନ୍ତାରେ ପଡି ଯାଇଛନ୍ତି । କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.