Home କେନ୍ଦୁଝର ଆକ୍ରୋଶ ମୁଳକ ଭାବେ ଆବାସ ଯୋଜନାରୁ ନାଁ କାଟିଦେବା ଅଭିଯୋଗ

ଆକ୍ରୋଶ ମୁଳକ ଭାବେ ଆବାସ ଯୋଜନାରୁ ନାଁ କାଟିଦେବା ଅଭିଯୋଗ

87

ହାଟଡିହି-୪ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତରେ କିଛି ବ୍ୟକ୍ତିଙ୍କ ନାମ ଆବାସ ଯୋଜନାରେଥାଇ ତାଲିକା ମରାଯାଇଥିଲା ବେଳେ ଆକ୍ରୋଶ ମୁଳକ ଭାବେ ତାଙ୍କ ନାମକୁ କାଟିଦିଆଯାଇଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗ୍ରାମର ଭାଇଗା ରାଉଳ, କମଳା ନାୟକ, ଭରତ କୁଅଁର, ପାର୍ବତୀ ବାରିକ ପ୍ରମୁଖ କରିଥିବା ଅଭିଯୋଗ ଅନୁଯାଇ ଆବାସ ଯୋଜନାରେ ସାମିଲ ହେବାପାଇଁ ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଭୋଟ ପରିଚୟପତ୍ର, ଆଧାରକାର୍ଡ, ଜମିପଟ୍ଟା, ବ୍ୟାଙ୍କ ପାସବୁକ ଆଦି ସମସ୍ତ କାଗଜପତ୍ର ଦାଖଲ କରି ଫଟୋ ଉଠାଇଥିଲେ । ଏବେ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଥିବା ତାଲିକାରେ ସେମାନଙ୍କ ନାମ ନତବବା ଦେଖିବାକୁ ପାଇଛନ୍ତି । ସେମାନେ ବାସଗୃହ ପାଇବାକୁ ଯୋଗ୍ୟ ତବବାବେଳେ ଆକ୍ରୋଶ ମୁଳକ ଭାବେ ତାଙ୍କ ନାମକୁ କାଟି ଦିଆଯାଇଛି ବୋଲି ସେ ବିଡିଓଙ୍କ ନିକଟରେ ଅଭିଯୋଗ କରିବା ସହିତ ଆନନ୍ଦପୁର ଉପଜିଲ୍ଲାପାଳ ଓ କେନ୍ଦୁଝର ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପଠାଇଛନ୍ତି । ତାଙ୍କ ଅଭିଯୋଗର ତଦନ୍ତ କରି ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି । ଯଦି କିଛି ପଦକ୍ଷେନ ନିଆନଯାଏ ତେବେ ଶାଳଣିଆଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.