Home ଜିଲ୍ଲା ପରିକ୍ରମା ପାଣିରେ ପଡ଼ି ଯୁବକ ମୃତ

ପାଣିରେ ପଡ଼ି ଯୁବକ ମୃତ

174

ବାହାନଗା, ୩ା୬( ଓଡ଼ିଆପୁଅ / ଭାରତୀ ଦାସ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ପଞ୍ଚାୟତ ଅପଳା ଗ୍ରାମର ଜଣେ ଯୁବକ ପାଣିରେ ପଡ଼ି ମୃତ୍ୟୁ ହୋଇ ଥିବାର ଜଣାପଡ଼ିଛି । ମୃତକ ଜଣକ ହେଲେ ଏହି ଗ୍ରାମର ବସନ୍ତ ବିଶ୍ୱାଳଙ୍କ ପୁଅ ଦିପ୍ତିରଞ୍ଜନ((୧୮) । ସୂଚନା ଅନୁସାରେ ଦିପ୍ତିରଞ୍ଜନ ନିଜ କିଛି ସାଙ୍ଗଙ୍କ ସହ ତାଳ କାଟିବାକୁ ଯାଇଥିଲେ । ସାଙ୍ଗମାନେ ତାଳ କାଟିବା ସମୟରେ ଦିପ୍ତିରଞ୍ଜନ କେଔଣସି କାରଣରୁ ନିକଟରେ ଥିବା ପୋଖରୀକୁ ଯାଇଥିଲା । ସେଠାରେ ତାର ଗୋଡ଼ ଘସି ଯିବାରୁ ସେ ମଝିକୁ ଚାଲି ଯାଇଥିଲା । ପହଁରା ଜାରି ନଥିବା ଯୋଗୁଁ ପାଟିରେ ଓ ନାକରେ ପାଣି ପଶି ଯାଇଥିଲ।। ସାଙ୍ଗ ମାନେ ତାକୁ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ । ଡାକ୍ତର ଦିପ୍ତିରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ସଦର ହସପିଟାଲକୁ ପଠାଇ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.