Home ଓଡ଼ିଶା ପାଣିଟାଙ୍କିରେ ପଡ଼ି ନାବାଳିକା ମୃତ

ପାଣିଟାଙ୍କିରେ ପଡ଼ି ନାବାଳିକା ମୃତ

472

ଝାରସୁଗୁଡ଼ା, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଝାରସୁଗୁଡ଼ା ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ଶାନ୍ତିନଗରସ୍ଥିତ ଏକ ପ୍ଲେ ସ୍କୁଲ ପାଣିଟାଙ୍କିରେ ପଡ଼ି ସୋମବାର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ନାବାଳିକା ଜଣକ ଶାନ୍ତିନଗରର ରାଜକୁମାର ନାଏକଙ୍କ ୬ ବର୍ଷର ଝିଅ ଲିଜା ବୋଲି ଜଣାପଡିଛି। ଏହି ଘଟଣା ପରେ ପୋଲିସ ପହଞ୍ଚି ନାବାଳିକାଙ୍କ ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ନାବାଳିକା ଜଣକ ଖେଳୁଥିବା ସମୟରେ ଅସାବଧାନତା ବଶତଃ ସେହି ପାଣିଟାଙ୍କିରେ ପଡିଯାଇଥିଲେ। ସେଥିରେ ପ୍ରାୟ ୪ ଫୁଟର ପାଣି ରହିଛି। ମାତ୍ର ଟାଙ୍କି ଚାରିପଟେ ବାଡ଼ ନଥିବାରୁ ଏମିତି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.