Home କୋରାପୁଟ  ପାଡୁଆ  କନିଷ୍ଠ କଲେଜର ଅଧ୍ୟାପକ ତ୍ରୀନାଥ ପଟନାୟକ ଓ ପୂର୍ବତନ ସରପଂଚ ପିତାମ୍ବର କିର୍ସାନୀ ପ୍ରକୃତି...

 ପାଡୁଆ  କନିଷ୍ଠ କଲେଜର ଅଧ୍ୟାପକ ତ୍ରୀନାଥ ପଟନାୟକ ଓ ପୂର୍ବତନ ସରପଂଚ ପିତାମ୍ବର କିର୍ସାନୀ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନ୍ନିତ

71

କୋରାପୁଟ ୦୪-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ରାଧାକୃଷ୍ଣ କନିଷ୍ଠ କଲେଜର ଇଂରାଜୀ ଅଧ୍ୟାପକ ତ୍ରୀନାଥ ପଟନାୟକ ଓ ସେମିଲିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ପଂଚାୟତର ପୂର୍ବତନ ସରପଂଚ ପିତାମ୍ବର କିର୍ସାନୀ  ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନ୍ନିତ ହୋଇଥିବା ଜଣାପଡିଛି ।ଜଙ୍ଗଲ ସୁରକ୍ଷା ,ନୂତନ ବନୀକରଣ,ଜିଲ୍ଲାର ଗ୍ରାମାଂଚଳରେ ପ୍ରକୃତି ଓ ପରିବେଶ ସୁରକ୍ଷା ,ଯୁବ ଅନୁଷ୍ଠାନର ସହଯୋଗରେ ବୃକ୍ଷରୋପଣ ବ୍ୟାପକ କାର୍ଯ୍ୟକ୍ରମ କରିଥିବାରୁ ୨୦୨୧ ମସିହା ପାଇଁ ଶ୍ରୀ ପଟନାୟକଙ୍କୁ ପ୍ରକୃତିବନ୍ଧୁ ପୁରସ୍କାରରେ ସମ୍ମାନ୍ନିତ କରାଯାଇଥିବା ଜଣାପଡିଛି ।ସେମିଲିଗୁଡା ବ୍ଲକର ରାଜପୁଟ ପଂଚାୟତର ପୂର୍ବତନ ସରପଂଚ ପିତାମ୍ବର କିର୍ସାନୀ ପରିବେଶ କ୍ଷେତ୍ରରେ ରୁଚି ରଖି ବ୍ୟାପକ ବୃକ୍ଷରୋପଣ କରିଥିବାରୁ ପ୍ରକୃତିବନ୍ଧୁ ପୁରସ୍କାରରେ ସମ୍ମାନ୍ନିତ କରାଯାଇଥିବା ଜଣାପଡିଛି ।କୋରାପୁଟ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ   ଉଭୟଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.