Home ଜିଲ୍ଲା ପରିକ୍ରମା                        କୋରାପୁଟ ଅବକାରୀ  ବିଭାଗର ଚଢାଉ,୧୦ ଲିଟର ମଦ ଜବତ ଓ ଜଣେ ଗିରଫ

                       କୋରାପୁଟ ଅବକାରୀ  ବିଭାଗର ଚଢାଉ,୧୦ ଲିଟର ମଦ ଜବତ ଓ ଜଣେ ଗିରଫ

33

କୋରାପୁଟ ୦୪-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବୁଧବାର ଦିନ କୋରାପୁଟ ଟାଉନଥାନା ଅନ୍ତର୍ଗତ ଖାଲ ସାହିରେ  ଚଢାଉ କରି ଜଣକୁ ଗିରଫ କରିଥିବାବେଳେ ୧୦ ଲିଟର  ଦେଶୀ ରନ୍ଧା ମଦ ଜବତ  କରିଛି । ଗିରଫ ଅଭିଯୁକ୍ତ ଜଣକ କୋରାପୁଟ ଟାଉନ୍ ଥାନା ଖାଲସାହିର ଭଗବାନ ଭତ୍ରା ବୋଲି ଜଣାପଡିଛି । ଖାଲ ସାହିରେ ବ୍ୟାପକ ଚୋରା ମଦ କାରବାର ହେଉଥିବା ଅଭିଯୋଗ ହୋଇଥିଲା । ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠିଙ୍କ ନିର୍ଦ୍ଦେଶ କ୍ରମେ ଅବାକରୀ ଉପ-ନିରୀକ୍ଷକ ଦିଲ୍ଲୀପ କୁମାର  ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ଖାଲସାହିରେ  ଭଗବାନ ଭତ୍ରାଙ୍କ  ଘରେ ଚଢାଉ କରିଥିଲା । ଅବକାରୀ ଟିମ ଭଗବାନର ଘରୁ ୧୦ ଲିଟର ରନ୍ଧାମଦ  ଜବତ କରିବା ସହ ଅଭିଯୁକ୍ତ ଭଗବାନ ଭତ୍ରାକୁ ଗିରଫ କରିଛି । ଚଢାଉରେ ଅବକାରୀ ଏଏସଆଇ ଅରପଲୋକ ଦାଶ, କନେଷ୍ଟବଲ ସବିତା  ପୁଜାରୀ,ପ୍ରଶାନ୍ତ କୁମାର ନାୟକ,ଭେଂକେଟେଶ ରାଓ,ରାମ ଗୌଡ ପ୍ରମୁଖ ଉପସ୍ଥିତି ଥିଲୋ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.