Home କୋରାପୁଟ    ପାଡୁଆ ଓ ମାଛକୁଣ୍ଡ ପୋଲିସ ଦ୍ୱାରା ୨ କୋଟି ଟଙ୍କାର ଗଞେଇ ଜବତ,୨ ଗିରଫ

   ପାଡୁଆ ଓ ମାଛକୁଣ୍ଡ ପୋଲିସ ଦ୍ୱାରା ୨ କୋଟି ଟଙ୍କାର ଗଞେଇ ଜବତ,୨ ଗିରଫ

96

କୋରାପୁଟ ୦୫-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ପାଡୁଆ ଓ ମାଛକୁଣ୍ଡ  ପୋଲିସ ଦ୍ୱାରା ୨କୋଟି  ଟଙ୍କାର ଗଞେଇ ଜବତ କରାଯାଇଥିବାବେଳେ ଘଟଣାରେ  ସଂପୂକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଥିବା ନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ସଂଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ପାଡୁଆ ଥାନା ଅନ୍ତର୍ଗତ ବାଡେଲ ଅଂଚଳରୁ ଆନ୍ଧ୍ରପ୍ରଦେଶକୁ ଏକ ଭ୍ୟାନରେ  ଗଞେଇ  ଚୋରା ଚାଲାଣ ହେଉଥିବା ସୂଚନା ପାଇ  ଏସପି ବରୁଣ ଗୁଣ୍ଠୁପାଲ୍ଲିଙ୍କ  ନିର୍ଦ୍ଦେଶରେ ଏସଡିପିଓ ଶ୍ରୀ ମହାପାତ୍ର,ପାଡୁଆ ଥାନା ଅଧିକାରୀ ସରୋଜ କୁମାର ମଲ୍ଲିକ ଓ ଅନ୍ୟ କର୍ମଚାରୀ ଡାକ ବଙ୍ଗଳା ନିକଟରେ  ନାକାବନ୍ଦୀ କରିଥିଲେ । ଗଞେଇ  ନେଇ ଯାଉଥିବା ଭ୍ୟାନ  ଆସିବା ମାତ୍ରେ ପୋଲିସ ଟିମ ଗାଡି ଅଟକାଇ ଚେକିଂ କରିବା ବେଳକୁ  ଗାଡିରୁ ୩୭ଟି ଜରି ଅଖାରେ  ପ୍ରାୟ ୧ ହଜାର କିଲୋଗ୍ରାମ ଗଞେଇ  ଥିବା ଜଣା ପଡିଥିଲା । ଅନ୍ଧାରର ସୁଯୋଗ ନେଇ  ଭ୍ୟାନ ଡ୍ରାଇଭର ଫେରାର ହୋଇ ଯାଇଥିବାବେଳେ ଚୋରା ଗଞେଇ  ଚାଲାଣରେ  ଏସକର୍ଟର୍ ଦେଉଥିବା ଦୁଇଜଣକୁ ଗିରଫ କରାଯାଇଛି ।  ଗିରଫ ଦୁଇଜଣ ହେଲେ  ବାଡେଲ ଅଂଚଳର ଗୁରୁ ହନ୍ତାଳ ଏବଂ  ପ୍ରହଲ୍ଲାଦ ଗଲୋରୀ ।  ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ  ଗଞେଇ  ଭରା ଭ୍ୟାନ ଓ ଏସକର୍ଟର୍ରେ ବ୍ୟବହୃତ ଏକ ବାଇକକୁ ଜବତ କରିଛି । ସେହିପରି  ମାଛକୁଣ୍ଡ ପୋଲିସ ଲମତାପୁଟ-ସଗର ରାସ୍ତାର ବଡପଡା ଘାଟି ନିକଟ ନିଳଗିରି ବାଡରୁ  ୧୦୧୦ କିଲୋ ୯୦୦ ଗ୍ରାମ  ଗଞେଇ  ଜବତ କରିଥିବା ନନ୍ଦପୁର ଏସଡିପିଓ ଶ୍ରୀ ମହାପାତ୍ର  ସୂଚନା ଦେଇଛନ୍ତି । ବଡପଡା ଘାଟି ନିକଟ ନିଳଗିରି ବାଡରେ  ବିପୁଳ ପରିମାଣର ଗଞେଇ ପଡି ରହିଥିବା ସୂଚନା ପାଇ ମାଛକୁଣ୍ଡ ଥାନାର ସବ-ଇନସପେକ୍ଟର ଦିଲ୍ଲୀପ ପ୍ରଧାନ,ଏଏସଆଇ ମହେଶ୍ୱର କିର୍ଷାନୀ ପୋଲିସ ଟିମ ନେଇ ଘଟଣା ସ୍ଥଳରେ ପହଂଚିଥିଲେ । ନିଳଗିରି ଜଙ୍ଗଲରେ  ଜରି ଅଖାରେ ଗଞେଇ ରଖା ଯାଇଥିବା ଦେଖିବାକୁ ପାଇ  ସେଗୁଡିକ ଜବତ କରି ପୋଲିସ ଟିମ ଥାନାକୁ ନେଇ ଆସିଥିଲେ । ନିଳଗିରି ଜଙ୍ଗଲରୁ ପ୍ରାୟ ୧୦୧୦ କିଲୋ ୯୦୦ ଗ୍ରାମ ଗଞେଇ ଉଦ୍ଧାର କରା ଯାଇଥିବା ଏସଡିପିଓ  ଶ୍ରୀ ମହାପାତ୍ର କହିଛନ୍ତି । ଗଞେଇ ମାଫିଆ  ସେଗୁଡିକ ରାତିରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ  ଯୋଜନା କରି  ସେଠାରେ ଗଚ୍ଛିତ ରଖିଥିବା ପୋଲିସ ସନ୍ଦେହ କରୁଛି । ତେବେ ଏଥିରେ ଏ ଯାଏ କେହି ଗିରଫ ହୋଇନଥିଲେ ମଧ୍ୟ ପୋଲିସ ଏନଡିପିଏସ ଆଇନରେ ଏକ ମାମଲା(କେସ ନଂ-୫୯/୨୦୨୧) ରୁଜୁ କରି  ତନାଘନା ଆରମ୍ଭ କରିଥିବାବେଳେ ଗଞେଇ ମାଫିଆଙ୍କ ଖୁବ ଶିଘ୍ର  ଚିହ୍ନଟ କରା ଯାଇ ଗିରଫ କରା ଯିବ ବୋଲି ନନ୍ଦପୁର ଏସଡିପିଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।  ପାଡୁଆ ଓ ମାଛକୁଣ୍ଡ ପୋଲିସ ଦ୍ୱାରା ଜବତ ଗଞେଇର ଆନୁମାନିକ ମୂଲ୍ୟ  ୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.