Home କୋରାପୁଟ କୋରାପୁଟ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପ୍ରଗତି ଦ୍ୱାରା  ଶୁଖିଲା ରାସନ ଖାଦ୍ୟ ଓ ମାସ୍କ...

କୋରାପୁଟ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପ୍ରଗତି ଦ୍ୱାରା  ଶୁଖିଲା ରାସନ ଖାଦ୍ୟ ଓ ମାସ୍କ ପ୍ରଦାନ

38

କୋରାପୁଟ ୦୫-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପ୍ରଗତି ଅନୁକୁଲ୍ୟରେ  ଏବଂ ଡିଲନ ଓଏଡେଲଗିଭ ଫାଉଟେଂସନ ସହାୟତାରେ କୋରାପୁଟ ବ୍ଲକ ଅନ୍ତର୍ଗତ କେନ୍ଦାର ଓ ମହାଦେଇପୁଟ ଗ୍ରାମ ପଂଚାୟତର ୧୫୦ ଗରିବ ପରିବାରଙ୍କୁ ଶୁଖିଲା ରାସନ ଖାଦ୍ୟ ଓ ମାସ୍କ ପ୍ରଦାନ କରାଯାଇଥିବା ଜଣାପଡିଛି ।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ପଡାଲ , ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଓ ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି ଅତିଥି ଭାବେ ଯୋଗଦେଇ ଶୁଖିଲା ରାସନ ଖାଦ୍ୟ ଓ ମାସ୍କ ପ୍ରଦାନ କରିଥିଲେ । କୋଭିଡ -୧୯ ଯୋଗୁଁ ଗରିବ ଓ ଦେଶାନ୍ତର ଯାଉଥିବା ପରିବାର ଗୁଡିକର ଜୀବନଜୀବିକା ପ୍ରଭାବିତ ହେଉଛି ।ଏହି ପରିପେକ୍ଷୀରେ ପ୍ରଗତିର କୋଭିଡ-୧୯ କାର୍ଯ୍ୟକ୍ରମ ଜରିଆରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ୭ ଟି ବ୍ଲକରେ ଗରିବ ପରିବାର ତଥା ଦେଶାନ୍ତର ଯାଉଥିବା ପରିବାରମାନଙ୍କୁ ଶୁଖିଲା ରାସନ ଖାଦ୍ୟ ସହ ମାସ୍କ ପ୍ରଦାନ କରାଯିବ ବୋଲି ପ୍ରଗତିର ସଂପାଦକ ପ୍ରଭାକର ଅଧିକାରୀ ପ୍ରକାଶ କରିଛନ୍ତି ।ଶୁଖିଲା ରାସନ ଖାଦ୍ୟରେ ମାଣ୍ଡିଆ ୧୫ କେଜି,ଚୁଡା ୨କେଜି,ହରଡଡାଲି ୨ କେଜି,ଚିନି ୧କେଜି ,ବିସ୍କୁଟ,ଖାଇବା ତେଲ ୧ଲିଟର,ସୋୟାବିନ ୧ କେଜି,ଲୁଣ ୨ କେଜି ,ହଳଦୀଗୁଣ୍ଡ,ମସଲାଗୁଣ୍ଡ ଓ ଲଙ୍କାଗୁଣ୍ଡ ପ୍ରଦାନ କରାଯାଇଥିବା ଜଣାପଡିଛି ।ପ୍ରଗତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଡ.ଲୁନା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଗତିର ଟିମ ଲିଡର ମୁରଲୀଧର ଅଧିକାରୀ ଯୋଗଦେଇ ପରିଚାଳନା କରିଥିଲେ । ପ୍ରଗତିର କର୍ମି ସାମୁଏଲ ମାଝି, ନିକୁଞ ବିହାରୀ ପଣ୍ଡା ଓ ରୁତୂପର୍ଣ୍ଣା ରଣା ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.