Home କେନ୍ଦୁଝର ପାଟଣା ରେଞ୍ଜରେ ୨୩ ଟିକିଆ ହାତୀପଲଙ୍କ ଉପଦ୍ରଵ ମଙ୍ଗଳପୁର ହୁଡ଼ିରେ ଡେରା ପକାଇଛନ୍ତି ହାତୀପଲ

ପାଟଣା ରେଞ୍ଜରେ ୨୩ ଟିକିଆ ହାତୀପଲଙ୍କ ଉପଦ୍ରଵ ମଙ୍ଗଳପୁର ହୁଡ଼ିରେ ଡେରା ପକାଇଛନ୍ତି ହାତୀପଲ

113

ପାଟଣା ୨୮-୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲାରେ ହାତୀପଲଙ୍କ ଉପଦ୍ରବ ଥମିବାରେ ନା ଧରୁନାହିଁ ଚମ୍ପୁଆ ରେଞ୍ଜରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ଶୁକ୍ରବାର ରାତିରେ ଜ୍ୟୋତିପୁର ଫୁଲକଁଳେଇ କଙ୍କଡା ଗ୍ରାମଦେଇ ଯାଉଥିବା ସମୟରେ ପାଟଣା ରେଞ୍ଜର ଡିମିରିଗୁଡାରେ ଧାନ ଫସଲ ମାଡି ଚକଟି ନଷ୍ଟ କରିଛନ୍ତି। ଏଥି ସହିତ ଡିମିରିଗୁଡ଼ାରେ ଥିବା ଅଖିଳ ଚନ୍ଦ୍ର ନାଏକଙ୍କ ଏକ ଫାର୍ମ ହାଉସର ପିଲରର କାନ୍ଥ ଓ ଆଜବେଷ୍ଟ ଭାଙ୍ଗି ଦେଇଛନ୍ତି। ହାତୀପଲ ତ୍ରିବିନ୍ଧା ଦେଇ ବୈତରଣୀ ନଦୀ ପାରହୋଇ ପାଟଣା ରେଞ୍ଜର ମଙ୍ଗଳପୁର ହୁଡ଼ିରେ ଡେରା ପକାଇ ଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି। ଖୁବ ଶୀଘ୍ର ଏ ଅଞ୍ଚଳ ରୁ ହାତୀ ଘଉଡାଇବା ସହିତ ବନବିଭାଗ ତରଫରୁ କ୍ଷୟକ୍ଷତି ର ଆକଳନ କରି କ୍ଷତିଗ୍ରସ୍ତ ଙ୍କୁ ଖୁବ ଶୀଘ୍ର କ୍ଷତିପୁରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.