Home ଓଡ଼ିଶା ପାଚେରୀ ଭାଙ୍ଗି ଘରେ ପଶିଲା ହାତୀ : ପରିବାର ଭୟଭୀତ

ପାଚେରୀ ଭାଙ୍ଗି ଘରେ ପଶିଲା ହାତୀ : ପରିବାର ଭୟଭୀତ

162

ନୟାଗଡ/୩୦/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ହାତୀ ମଣିଷ ଲଢେଇ ବଢିବାରେ ଲାଗିଛି। କୃଷକର ବର୍ଷଯାକର ପରିଶ୍ରମ ରେ ଅମଳ ହେଉଥିବା ପାଚିଲା ଧାନକୁ ନେଇ ପ୍ରତିଦିନ ରାତିସାରା ହାତୀ ମଣିଷ ଭିତରେ ସଂଗ୍ରାମ ଦେଖିବାକୁ ମିଳୁଛି।ବନ୍ଧପଲ୍ଲା, ମୁକ୍ତାପୁର ଗ୍ରାମରେ ଗତ ୨୯ ତାରିଖ ରାତ୍ରିରେ ପ୍ରମିଳା ସାମନ୍ତରାୟଙ୍କ ଘରେ ଏକ ଦନ୍ତା ହାତୀ ପାଚେରୀ ଭାଙ୍ଗି ପଶିଥିଲା।ନଡିଆ ଗଛ ଭାଙ୍ଗି ତା କନ୍ଦା ଓ କଖାରୁ ଖାଇଥିଲା। ରାତି ୯ଟାରୁ ଭୋର୍ ୪ଟା ପର୍ଯ୍ୟନ୍ତ ହାତୀ ଘର ଚାରିପଟେ ଜଗି ରହିଥିଲେ। ତେଣୁ ପ୍ରମିଳା, ତାଙ୍କ ସ୍ୱାମୀ ଓ ଦୁଇ ନାତୁଣୀ ଭୟଭୀତ ଅବସ୍ଥାରେ ରାତି ସାରା ଘର ଭିତରେ ଲୁଚି ରହିଥିଲେ। ସେହିଭଳି ଭାବରେ ସଂଗ୍ରାମ ଦେଖିବାକୁ ମିଳିଥିଲା ମୟୁରଝାଲିଆ ଓ ବୋରବରଝର ମୌଜାରେ। ରାତିସାରା ଲୋକମାନେ ଜମିରେ ଜଗି ରହି ହାତୀ ତଡିବାକୁ ଚେଷ୍ଟା କରୁଥିଲା ବେଳେ ବନ ବିଭାଗ କର୍ମଚାରୀ ମାନେ ବିଳମ୍ବରେ ପହଁଚିଥିଲେ। ତେଣୁ ଉତ୍ୟକ୍ତ ଚାଷୀ ମାନେ ବନ ବିଭାଗ ଗାଡି ଚକାରୁ ପ୍ରେସର୍ ଖୋଲି ଦେଇଥିଲେ। ଫଳରେ ରାତିସାରା ବନ ବିଭାଗ ଗାଡି ମୟୁରଝାଲିଆଠାରେ ଅଟକି ରହିଥିଲା। ସକାଳୁ ସକାଳୁ ରଣପୁର ରେଞ୍ଜର ଶରତ ଚନ୍ଦ୍ର ଶତପଥି ଓ ଚାନ୍ଦପୁର ଥାନା ଇନିସ୍‌ପେକ୍ଟର ଧନେଶ୍ୱର ନାହାକ ଘଟଣା ସ୍ଥଳରେ ପହଁଚି ବନ ବିଭାଗ ଗାଡିକୁ ପ୍ରେସର ଦେଇ ଅଫିସ୍ କୁ ଆଣିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.