Home ଜିଲ୍ଲା ପରିକ୍ରମା ପହଞ୍ଚିଲା ଗୋପାଳଙ୍କ ମରଶରୀର, ଶେଷକୃତ ପାଇଁ ପ୍ରସ୍ତୁତି

ପହଞ୍ଚିଲା ଗୋପାଳଙ୍କ ମରଶରୀର, ଶେଷକୃତ ପାଇଁ ପ୍ରସ୍ତୁତି

152

ଭୁବନେଶ୍ୱର/ଯାଜପୁର୧୨ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବିଶିଷ୍ଠ ସମାଜସେବୀ ତଥା ସରସ୍ୱତୀ ଶିଶୁ ମନ୍ଦିରର ବ୍ୟାସନଗର ସଙ୍କୁଳ ପ୍ରମୁଖ ଶଙ୍ଖଚିଲା ରାଧାନଗର ପାଟଣାର ଗୋପାଳ ଚରଣ ସାହୁ(ରାଇଚରଣ)ଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ଶେଷକୃତ ସମ୍ପନ୍ନ ପାଇଁ ଗାଁ ମାଟିକୁ ଅଣାଯାଉଥିବା ବେଳେ ଏପଟେ ଶେଷକୃତ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶୁକ୍ରବାର ଦଳ୍ଲୀରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ସମଗ୍ର ଶଙ୍ଖଚିଲା ଅଞ୍ଚଳ ଏକ ଶୋକାକୂଳ ପରିବେଶରେ ଥିବା ବେଳେ ସମସ୍ତେ ତାଙ୍କ ଅନ୍ତିମ ଦର୍ଶନ ପାଇଁ ଚାହିଁ ବସିଛନ୍ତି । ତାଙ୍କ ଶେକେୃତ ସମ୍ପନ୍ନ ପାଇଁ ଶଙ୍ଖଚିଲାର ବିଭିନ୍ନ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଙ୍ଗଠନ, ବୁଦ୍ଧିଜିବୀ, ରାଜନୈତିକ ବ୍ୟକ୍ତିବିଶେଷ, ସମାଜସେବୀ ସମସ୍ତେ ମିଳିତ ଉଦ୍ୟମ କରିବା ସହ ଚାତକ ପରି ଅନାଇ ବସିଛନ୍ତି । ପ୍ରକାଶ ଥାଉକି ଗତ ୨୨ ତାରିଖ ସାଥିମାନଙ୍କ ଗହଣରେ କାଠମାଣ୍ଡୁ ବୁଲିବାକୁ ଯାଇଥିବା ବେଳେ ତାଙ୍କର ଯକୃତ ଜନିତ ସମସ୍ୟା ଉପୁଜିବାରୁ ତାଙ୍କୁ ସେଠାରେ ଚକିତ୍ସା କରାଯାଉଥିଲା । ତାଙ୍କୁ ଭାରତ ଆଣିବା ପାଇଁ ଯାଜପୁର ସାଂସଦ ଶମିଷ୍ଠା ସେଠୀ ଭାରତ ସରକାରଙ୍କୁ ପତ୍ର ଲେଖିଥିବା ବେଳେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କ ନିଜସ୍ୱ ଅର୍ଥ ଖଚ୍ଚଁ କରି ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଅଣାଇବା ପରେ ସେଠାରେ ତାଙ୍କର ଚିକିତ୍ସା ହେଉଥିଲା । ମାତ୍ର ୨୦ ଦିନର ଜୀବନ ଖେଳରେ ସଂଗ୍ରାମ କରି ଶେଷରେ ଶୁକ୍ରବାର ହାରିଯାଇଥିଲେ ଗୋପାଳ । ଆଜି ଗୋପାଳଙ୍କୁ ଝୁରୁଛି ଶଙ୍ଖଚିଲା । କେବଳ ରାତ୍ରିରେ ଶେଷକୃତ ସମ୍ପନ୍ନ ପୁର୍ବରୁ ଟିକେ ଶେଷଦର୍ଶନ ପାଇଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.