Home ଜିଲ୍ଲା ପରିକ୍ରମା ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

37

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ଜାନୁୟାରୀ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଲ୍‌ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ପାଇଁ ଆଜି ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ନୋଡାଲ ଅଧିକାରୀ ଡା. ଜୟନ୍ତ କୁମାର ପଣ୍ଡା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏସ୍‌.ଏମ୍‌.ଓ. ଅର୍ଚ୍ଚନା ଗାଏନ୍ ପ୍ରମୁଖଙ୍କ ସହ ଅନ୍ୟ ଡାକ୍ତର ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ କି ଶୂନରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଏହି ପୋଲିଓ ବୁନ୍ଦା ପ୍ରଦାନ କରାଯିବ । ଏହି ଟୀକା ପ୍ରଦାନ ପାଇଁ ଜିଲ୍ଲାରେ ୭୦୧ଟି ପୋଲିଓ ବୁଥ୍ ଜାନୁୟାରୀ ୨୩ ତାରିଖ ଦିନ ଖୋଲା ରହିବ । ବିଭିନ୍ନ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ବୁଥ୍ କରାଯିବ । ଜିଲ୍ଲାରେ ପ୍ରାୟ ଦେଢ଼ଲକ୍ଷ ପିଲାଙ୍କୁ ଏହି ପୋଲିଓ ବୁନ୍ଦା ପ୍ରଦାନ ପାଇଁ ଆକଳନ କରାଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନୁଯାୟୀ ଆଗରପଡ଼ାରେ ୬୭ଟି, ବରପଦାରେ ୯୨ଟି, ବାସୁଦେବପୁରରେ ୯୯ଟି, ଭଣ୍ଡାରିପୋଖରୀରେ ୭୭ଟି, ଚାନ୍ଦବାଲିରେ ୧୨୨ଟି, ଧାମନଗରରେ ୯୪ଟି, ତିହିଡ଼ିରେ ୧୦୦ଟି, ପି.ପି.ସି. ରେ ୫୦ଟି ଏହିପରି ସମୁଦାୟ ୭୦୧ଟି ବୁଥ୍ ଖୋଲାଯିବ । ଏଥିପାଇଁ ସମୁଦାୟ ୨,୮୦୪ ଜଣ ଟୀକା ପ୍ରଦାନ କାର୍ଯ୍ୟରେ ନିୟୋଜିତ ହେବେ । ପ୍ରତି ବୁଥ୍‌ରେ ୪ ଜଣ ଲେଖାଏଁ ରହିବେ । ୨୩ ତାରିଖରେ ପୋଲିଓ ବୁନ୍ଦା ନେଇ ନପାରିଥିବା ବଳକା ପିଲାଙ୍କୁ ଜାନୁୟାରୀ ୨୪ ଓ ୨୫ ତାରିଖ ସୋମ ଓ ମଙ୍ଗଳବାର ଦିନ ଘର ଘର ବୁଲି ଦିଆଯିବ । ଏଥିପାଇଁ ୨ଜଣିଆ ଦଳ କରାଯିବ ଏବଂ ସମୁଦାୟ ୧,୪୦୨ଟି ଟିମ୍ ଏଥିପାଇଁ କାମ କରିବେ । ଶ୍ରୀମତୀ ଗାଏନ୍ ବୈଠକରେ ଏହି କାର୍ଯ୍ୟକ୍ରମ ନେଇ ଉପସ୍ଥାପନା ରଖିଥିଲେ । ରୋଗାକ୍ରାନ୍ତ ପିଲାଙ୍କୁ ଏହି ବୁନ୍ଦା ଦିଆ ନଯିବା ପାଇଁ ସେ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.