Home ଓଡ଼ିଶା ପଲିଥିନ ବ୍ୟବହାରକାରୀଙ୍କୁ ଜରିମାନା

ପଲିଥିନ ବ୍ୟବହାରକାରୀଙ୍କୁ ଜରିମାନା

767

ପୁରୀ, ୨୮/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ନିଷେଧାଦେଶ ଉଲ୍ଲଘଂନ କରି ପ୍ଲାଷ୍ଟିକ ଜରି ବ୍ୟବହାର କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଶୁକ୍ରବାର ପୁରୀ ପୌରସଂସ୍ଥା ଚଢଉ କରିଛି। ବଡ଼ଦାଣ୍ଡରେ ଥିବା ଗ୍ରାଣ୍ଡସେଂଟରର କେତେକ ଦୋକାନରୁ ୫କିଗ୍ରା ପଳିଥିନ୍ ଜବତ କରାଯିବା ସହ ୩ହଜାର ୭ଶହ ଜରିମାନା ଆଦାୟ କରାଯାଇଛି। ସୂର୍ଯ୍ୟ କମ୍ଫ୍ଲକ୍ସର କିଛି ଦୋକାନରୁ ୧୫କିଗ୍ରା ପଲିଥିନ୍ ଜବତ କରାଯାଇଛି। ସଂପୃକ୍ତ ଦୋକାନଙ୍କଠାରୁ ୯ହଜାର ୪୫୦ଟଙ୍କା ଜରିମାନା ଆଦାୟ ହୋଇଛି। ପେଣ୍ଠକଟା ଓ ଶ୍ରୀକ୍ଷେତ୍ର କଲୋନୀର କେତେକ ସ୍ଥାନରୁ ୩କିଗ୍ରା ପଲିଥିନ୍ ଜବତ କରାଯାଇଛି। ନିଷେଧାଦେଶ ଉଲ୍ଲଘଂନ ଅଭିଯୋଗରେ ୪ ହଜାର ୪୫୦ ଟଙ୍କା ଜରିମାନା କରାଯାଇଛି। ବାଲିସାହିର ବିଭିନ୍ନ ଦୋକନରୁ ୬କିଗ୍ରା ପଲିଥିନ୍ ଜବତ କରାଯାଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ସୂଚନା ଦେଇଛନ୍ତି। ପଲିଥିନ୍ ବ୍ୟବହାରକାରୀଙ୍କୁ ଧରିବା ପାଇଁ ପୁଲିସ ଓ ମାଜିଷ୍ଟ୍ରେଟଙ୍କୁ ନେଇ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରାଯାଇଛି। ଚଳିତମାସ ୨ ତାରିଖ ଗାନ୍ଧି ଜୟନ୍ତୀ ଠାରୁ ପୁରୀ ପୌରାଞ୍ଚଳରେ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପଲିଥିନ ଜରି ପରିବର୍ତେ ଝୋଟ, କାଗଜ ଓ କନା ବ୍ୟାଗ ବ୍ୟବହାର କରିବାକୁ ପ୍ରଶାସନ ପରାମର୍ଶ ଦେଇଛି। ନିଷେଧାଦେଶ ଉଲ୍ଲଘଂନ କରି ସହରର କେତେକ ବ୍ୟବସାୟକ ପ୍ରତିଷ୍ଠାନ ଏବେ ମଧ୍ୟ ପଲିଥିନ୍ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ତେଣୁ ଦୋକାନ ଗୁଡ଼ିକ ଉପରେ ଚଢଉ କରି ଆଇନ ଉଲ୍ଲଘଂନକାରୀଙ୍କଠାରୁ ଜରିମାନା ଆଦାୟ ପାଇଁ ଜିଲାପାଳ ବଲୱନ୍ତ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ଚଢଉ ଅଭିଯାନକୁ ଜୋରଦାର କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.