ପୁରୀରେ ୨୫ତମ ଗ୍ଲୋରି ଫେଷ୍ଟ୍ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ପୁରୀ, ଜାନୁଆରୀ ୧୨ (ଓଡ଼ିଆ ପୁଅ) – ଓଡିଶାରେ ଆୟୋଜିତ ଗ୍ଲୋରି ଫେଷ୍ଟ୍ ପର୍ଯ୍ୟଟନ କ୍ଷେତ୍ରରେ ବଡ ଭୂମିକା ନେଇଛି ବୋଲି ରବିବାର ପୁରୀ ଠାରେ ଆୟୋଜିତ ୨୫ତମ ଗ୍ଲୋରି ଫେଷ୍ଟର ଜାତୀୟସ୍ତରୀୟ ଅନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ଅନୁଷ୍ଠିତ ଗ୍ଲୋରି ଫେଷ୍ଟ୍ ଇତିମଧ୍ୟମରେ ଜାତୀୟ ସ୍ତରର ରୂପ ନେଇଛି। ଅନେକ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଏହି ମହୋତ୍ସବରେ ଯୋଗଦେଇଛନ୍ତି। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ମଧ୍ୟ ଅନେକ ପ୍ରତିଭାବାନ ଛାତ୍ରଛାତ୍ରୀ ସାମିଲ ହେବା ଆନନ୍ଦର ବିଷୟ ବୋଲି ସେ କହିଛନ୍ତି।
ଆଗାମୀ ଦିନରେ ଏହି ମହୋତ୍ସବର ସଫଳତା କାମନା କରିବା ସହ କାର୍ଯକ୍ରମରେ ଯୁବକଙ୍କ ସହଯୋଗ ବଢିବା ନେଇ ସେ ମତବ୍ୟକ୍ତ କରିଛନ୍ତି। ଏହି ଉତ୍ସବର ଉତୋରତର ଉନ୍ନତି ପାଇଁ ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି।