Home ଓଡ଼ିଶା ପରୀ ଘଟଣାର ସିବିଆଇ ତଦନ୍ତ ଦାବିରେ ହରିଚନ୍ଦନପୁର ବିଜେପି ପକ୍ଷରୁ ରାଲି ସହ ବିଡ଼ିଓଙ୍କୁ ଦାବିପତ୍ର...

ପରୀ ଘଟଣାର ସିବିଆଇ ତଦନ୍ତ ଦାବିରେ ହରିଚନ୍ଦନପୁର ବିଜେପି ପକ୍ଷରୁ ରାଲି ସହ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

17

ହରିଚନ୍ଦନପୁର,ତା ୨୨ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ନୟାଗଡ ପରୀ ଘଟଣାର ସିବିଆଇ ତଦନ୍ତ ଦାବିକରି ମଙ୍ଗଳବାର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବିଜେପି ପକ୍ଷରୁ ଏକ ରାଲି ମାଧ୍ୟମରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଖବର ଅନୁଯାୟୀ ତେଲକୋଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁଙ୍କ ନେତୃତ୍ବରେ ମନୋହରପୁର ଠାରୁ ହରିଚନ୍ଦନପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲି କରାଯାଇଥିଲା । ଏହି ରାଲିରେ ବିଭିନ୍ନ ନାରାବାଜି କରି ପରୀ ମୃତ୍ୟୁ ଘଟଣାର ସଠିକ୍ ତଦନ୍ତ ଓ ସିବିଆଇକୁ ତାହାର ତଦନ୍ତ ଭାର ଦେବାକୁ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହରିଚନ୍ଦନପୁର ଅଞ୍ଚଳର ବହୁ ବିଜେପି ମହିଳା ଓ ପୁରୁଷ ଯୋଗ ଦେଇ ମନୋହରପୁର ହାଇସ୍କୁଲ ପଡିଆ ଠାରୁ ରାଲିରେ ବାହାରି ଥିଲେ । ହରିଚନ୍ଦନପୁର ବ୍ଲକ ବିଜେପିର ପ୍ରଦୀପ କୁମାର ପଣ୍ଡା, ଜଳଧର ସାହୁ, ଅଭୟ କୁମାର ରଥ, ମଣ୍ଡଳ ସଭାପତି ଜୟକୃଷ୍ଣ ମହାନ୍ତ ପ୍ରମୁଖଙ୍କ ସହଯୋଗରେ ସଫଳ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ହରିଚନ୍ଦନପୁର ଥାନା ଆଇଆଇସି ମନୋରଞ୍ଜନ ପ୍ରଧାନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଘଟଗାଁ ଏସଡିପିଓ ରବିନ୍ଦ୍ର ମଲ୍ଲିକ ନିଜେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.