Home ଓଡ଼ିଶା ପରିବର୍ତ୍ତନ ହୋଇପାରେ ଟ୍ରାଫିକ୍ ଯାଞ୍ଚ ତାରିଖ !

ପରିବର୍ତ୍ତନ ହୋଇପାରେ ଟ୍ରାଫିକ୍ ଯାଞ୍ଚ ତାରିଖ !

802

ଭୁବନେଶ୍ୱର ୨୮ା୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆସନ୍ତା ୧ ତାରିଖରୁ ରାଜ୍ୟରେ କଡ଼ାକଡ଼ି ଭାବେ ନୂଆ ଟ୍ରାଫିକ ଆଇନ ଲାଗୁ ହେବାର ଥିଲା।ଆଜି ବିଧାନସଭାରେ ଶାସକ ଦଳର ସଦସ୍ୟ ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରଦୀପ ମହାରାଥୀ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନେ କହିଥିଲେ, ଆରଟିଓରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଲୋକେ ସୁବିଧା ପାଇପାରୁ ନାହାନ୍ତି। ଭୁବନେଶ୍ଵରକୁ ଛାଡ଼ି ଅନ୍ୟ ସମସ୍ତ ଆରଟିଓ ସନ୍ଧ୍ୟା ହେଲେ ବନ୍ଦ ହୋଇଯାଉଛି। ସରକାର ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ଦରକାର ବୋଲି ଦେବୀ ପ୍ରସାଦ ମିଶ୍ର କହିଥିଲେ। ସେହିପରି ରାଜ୍ୟରେ ଏବେ ଜିଜିଆ କର ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମହାରାଥୀ କହିଥିଲେ।ବାଚସ୍ପତିଙ୍କ ରୁଲିଂ ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରୁ ଡେଡ୍‌ଲାଇନ ଘୁଞ୍ଚିପାରେ ବୋଲି ସଙ୍କେତ ମିଳୁଛି। ମନ୍ତ୍ରୀ କହିଛନ୍ତି, ରାଜ୍ୟର ବିଭିନ୍ନ ଆରଟିଓ କାର୍ଯ୍ୟାଳୟରେ ଅସମ୍ଭବ ଭିଡ଼ ନେଇ ଖବର ଅଛି। ଲୋକମାନେ କିପରି ଅସୁବିଧାରେ ପଡ଼ିବେନି ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଲୋକଙ୍କ ସୁବିଧା ପାଇଁ କ’ଣ କରାଯାଇପାରିବ, ଡିସେମ୍ବର ପହିଲାରୁ ଆଇନ କଡ଼ାକଡ଼ି ଲାଗୁ ହେବ କି ନାହିଁ ସେ ନେଇ ବିଚାରବିମର୍ଶ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.