Home Top News ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ନିଷେଧାଦେଶ ବଳବତ୍ତର

ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ନିଷେଧାଦେଶ ବଳବତ୍ତର

71

ନୂଆ ଦିଲ୍ଲୀ ୨୮-୨ (ଓଡ଼ିଆ ପୁଅ) ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗୁଥିବା ନିଷେଧାଦେଶକୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ନେଇ ଡିଜିସିଏ ସୂଚନା ଦେଇଛି। ଡିଜିସିଏ ଘୋଷଣା ଅନୁଯାୟୀ, ଆଗାମୀ ବିଜ୍ଞପ୍ତି ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନ ଉଡ଼ାଣ ସ୍ଥଗିତ ରହିବ। ଉକ୍ତ ବିଜ୍ଞପ୍ତିରେ ଡିଜିସିଏତରଫରୁ କୁହାଯାଇଛିଯେ, ଆନ୍ତର୍ଜାତୀୟ କାର୍ଗୋ ଅପରେସନ୍ ଏବଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବରେ ଅନୁମୋଦିତ ବିମାନ ଉପରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ।

ଏହାପୂର୍ବରୁ, ଡିଜିସିଏ ଫେବୃଆରୀ ୨୮ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିବାକୁ ଘୋଷଣା କରିଥିଲା। ସୂଚନାଯୋଗ୍ୟଯେ, ବିମାନ ଚଳାଚଳ ସ୍ଥଗିତ ରଖିବାର ଆଦେଶ ସିଡ୍ୟୁଲ୍ଡ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ନିଷେଧାଦେଶ ମାର୍ଚ୍ଚ ୨୩, ୨୦୨୦ ଠାରୁ ଭାରତରେ ରହିଆସିଅଛି। ପୁନଃ ସୂଚନାମତେ ଏୟାର ବବୁଲ ବ୍ୟବସ୍ଥା ଅଧୀନରେ ଜୁଲାଇ ୨୦୨୦ ଠାରୁ ଭାରତ ଏବଂ ପ୍ରାୟ ୪୦ ଟି ଦେଶ ମଧ୍ୟରେ ଯାତ୍ରୀବାହୀ ବିମାନ ଚଳାଚଳ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.