Home ଜିଲ୍ଲା ପରିକ୍ରମା କୋଭିଡ଼୍ କଟକଣାରେ ପାଳିତ ହେବ ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ

କୋଭିଡ଼୍ କଟକଣାରେ ପାଳିତ ହେବ ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ

33

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାଶିବରାତ୍ରୀ ପାଳନ ଉପଲକ୍ଷେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଆଧାରରେ ପ୍ରସିଦ୍ଧ ଆରଡ଼ି ପୀଠରେ ଜନସମାବେଶ ବିନା ଜାଗର ଉତ୍ସବ ପାଳନ ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ପୂର୍ବ ପ୍ରସ୍ତୁତି ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ମନୋଜ ପାତ୍ରଙ୍କ ଦ୍ୱାରା ଜାରି କାଯାଇଥିବା ମାର୍ଗ ଦର୍ଶିକା ଅନୁଯାୟୀ ବାବା ଆଖଣ୍ଡଳମଣି ମନ୍ଦିର ବାହାରେ ଏବଂ ଭିତରେ ୧୪୪ ଧାରା ଜାରି କରାଯାଇଛି । ଆରଡ଼ି ପୀଠକୁ ଯୋଗାଯୋଗ ଥିବା ଆରଡ଼ିର ସମସ୍ତ ନଦୀ ଘାଟ ଏବଂ ଅନ୍ୟ ସମସ୍ତ ଗମନାଗମନକୁ ମହାଶିବରାତ୍ରି ଉପଲକ୍ଷେ ୨୮ ଫେବୃୟାରୀ ସଂନ୍ଧ୍ୟା ୬ଟା ରୁ ୨ ମାର୍ଚ୍ଚ ଦିବା ୧୦ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ଯାତାୟତକୁ ବନ୍ଦ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଉତ୍ସବ ପାଳନ ଉପଲକ୍ଷେ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଆୟୋଜିତ ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାୟୀ କେବଳ ନାନ୍ଦପୁର, ଆରଡ଼ି, ସୁନ୍ଦରପୁର, ଓଳଗ ଗ୍ରାମପଞ୍ଚାୟତର ଜନସାଧାରଣ କୋଭିଡ଼୍ ଆଚରଣ ଅନୁପାଳନ ମୁତାବକ ବାବାଙ୍କୁ ଦର୍ଶନ କରିପାରିବେ । ଏହି ୪ଟି ପଞ୍ଚାୟତ ବ୍ୟତୀତ ଅନ୍ୟ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ । ମନ୍ଦିର ଭିତରେ ଜଣେ ସେବାୟତଙ୍କୁ ନୀତିକାନ୍ତି ପାଇଁ ଅନୁମତି ଦିଆଯିବ । ଡ଼ାକବାଜି ଯନ୍ତ୍ର ବ୍ୟବହାର କରାଯିବ ନାହିଁ । ମହାଦୀପ ଶୋଭାଯାତ୍ରାରେ ମନ୍ଦିର ବେଢ଼ା ପରିସରରେ କୋଭିଡ଼ ଆଚରଣ ଅନୁପାଳନ ପୂର୍ବକ ସମସ୍ତ ସେବାୟତଙ୍କୁ ସାମିଲ ହେବା ପାଇଁ ଅନୁମତି ଦିଆଯିବ । ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ସର୍ବୋପରି ଘର ଭିତରେ ଉତ୍ସବ ପାଳନ କରାଯିବା ଭଳି ମନ୍ଦିର ବେଢ଼ା ଭିତରେ ଏହି ଉତ୍ସବକୁ ବିନା ଜନଗହଳି, ବିନା ଶ୍ରଦ୍ଧାଳୁ ପରିବେଶରେ ପାଳନ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.