Home ଜିଲ୍ଲା ପରିକ୍ରମା ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ଆଖଣ୍ଡଳମଣି ପୀଠ, ଅର୍ଦ୍ଧରାତ୍ରରେ ଅନୁଷ୍ଠିତ ହେଲା କଂସ ମହିପାଳ ନୀତି

ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ଆଖଣ୍ଡଳମଣି ପୀଠ, ଅର୍ଦ୍ଧରାତ୍ରରେ ଅନୁଷ୍ଠିତ ହେଲା କଂସ ମହିପାଳ ନୀତି

16

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଆଜି ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ଉତ୍ସବ ମୁଖର ହୋଇଉଠିଥିଲା । ରୀତିନୀତି ଅନୁଯାୟୀ ଭୋର୍ ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି ସଂପନ୍ନ ହେବା ପରେ ମଙ୍ଗଳ ଆଳତି, ଘର୍ଷଣଲାଗି ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା । ଏହିପରି ଭାବେ ହରି ଜନ୍ମାଷ୍ଟମୀ ନୀତି ନିମନ୍ତେ ଶ୍ରୀକୃଷ୍ଣଙ୍କ ପୂଜା ମଣ୍ଡପକୁ ଆକର୍ଷଣୀୟ କରି ସଜ୍ଜିତ କରାଯିବା ସହ ମହାସ୍ନାନ, ତୁଳସୀ ଲାଗି ଓ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରାତଃରୁ ରାତ୍ର ଯାଏ ଭକ୍ତଙ୍କ ଦର୍ଶନ ଓ ଭୋଗଲାଗି ନିମନ୍ତେ ସାହାଣମେଲା କରାଯାଇଥିଲା ପୂଜା ମଣ୍ଡପକୁ । ସନ୍ଧ୍ୟାରେ ହରିବଂଶ ପଠନ, ଷୋଡଶ ଉପଚାର ପୂଜା ସଂପନ୍ନ ହେବା ପରେ ପୁରାଣ ବର୍ଣ୍ଣିତ ଅନୁଯାୟୀ ଅର୍ଦ୍ଧରାତ୍ରରେ ଅର୍ଥାରେ ରାତି ୧୨ଟାରେ ମନ୍ଦିର ପ୍ରାଙ୍ଗଣରେ କଂସ ମହିପାଳ ନୀତି ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ସେବାୟତମାନେ ଏକ ସୁସଜ୍ଜିତ ପଟୁଆରାରେ ଶ୍ରୀକୃଷ୍ଣଙ୍କୁ ବିଜେ କରାଇ ନଗରୀ କରିବା ପରେ ମନ୍ଦିର ବେଢା ପ୍ରାଙ୍ଗଣରେ ପହଞ୍ôଚଥିଲେ । ସେଠାରେ ମହାରାଜା ଉଗ୍ରସେନ ବେଶରେ ସେବାୟତ ବାଟ ଓଗାଳିବା ସହ ପରିଚୟ ପାଇବା ପରେ ପୁନର୍ବାର ମନ୍ଦିରକୁ ବିଜେ କରିଥିଲେ ଭଗବାନ ଶ୍ରୀକୃଷ୍ଣ । ଏହିଭଳି ନିଆରା ଭାବେ ଏଠାରେ ଜନ୍ମାଷ୍ଟମୀ ପାଳନ ହେଉଥିବାରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଏପରିକି ଭକ୍ତଙ୍କ ହରିବୋଲ ହୁଳ ହୁଳି ଓ ଘଣ୍ଟା କୀର୍ତ୍ତନରେ ଉତ୍ସବମୁଖର ହୋଇ ଉଠିଥିଲା ମନ୍ଦିର ପରିସର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.