Home ଜିଲ୍ଲା ପରିକ୍ରମା ପବିତ୍ର କାର୍ତିକ ପୂର୍ଣ୍ଣିମାରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉ ଙ୍କ ସୁନାବେଶ ଦର୍ଶନ

ପବିତ୍ର କାର୍ତିକ ପୂର୍ଣ୍ଣିମାରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉ ଙ୍କ ସୁନାବେଶ ଦର୍ଶନ

133

ମାଲକାନଗିରି,୧୨ା୧୧(ଓଡିଆ ପୁଅ )   ମାଲକାନଗିରି ଜିଲ୍ଲାରେ କାର୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଆଡମ୍ବର ସହକାରେ ଆଜି ସକାଳୁ ପାଳିତ ହୋଇଯାଇଛି ।ଆଜି ବଢିଭୋରରୁ ବିଭିନ୍ନ ନଦୀ ପୋଖରି ଗୁଡିକରେ ବୋଇତ ବନ୍ଦାଣଉତ୍ସବ ସହ କଦଳୀପଟୁଆ, ସୋଲରେ ନିର୍ମିତ ଡଙ୍ଗା କୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆ କା ମା ବୈ,ପାନଗୁଆ ଥୋଇ,ପାନଗୁଆ ତୋର ମାସକ ଧରମ ମୋର କହି ଜଳରେ ଡଙ୍ଗା ଗୁଡିକୁ ଭସାଇଥିଲେ । ଡଙ୍ଗାଭସାଣି ପରେ ମାଲକାନଗିରି ଜିଲ୍ଲାସଦର ମହକୁମା ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର କାର୍ତିକ ପୂର୍ଣ୍ଣିମା ଉତ୍ସବ ଅବସରରେ ଆୟୋଜିତ  ତିନିଠାକୁରଙ୍କ ରାଜାଧିରାଜ ତଥା ସୁନାବେଶ ଦେଖିବା ପାଇଁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡଲାଗିଥିଲା । ତିନି ଠାକୁରଙ୍କ ରିତିନିତି ଅନୁସାରେ ଶ୍ରୀବିଗ୍ରହ ଙ୍କୁ ସୁବାଷିତ ଜଳରେ ସ୍ନାନକରାଯାଇ ଧୂପ ଦୀପ, ଯଜ୍ଞ, ଆଳତୀପରେ ମିଷ୍ଟାନ ଓ ବାଲ୍ୟ ଭୋଗ ଲଗା ଯାଇଥିଲା ।ମହାପ୍ରଭୁ ଙ୍କ ସୁନାବେଶ ଦର୍ଶନ ପରେ ପୂଜାକମିଟି ପକ୍ଷରୁ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିସର ରେ ଜୟବଜରଙ୍ଗ କିର୍ତନ ଦଳ ଓ ଅନ୍ୟାନ କିର୍ତନ ଦଳ ପକ୍ଷରୁ ଅଷ୍ଟପ୍ରହର ନାମ ସଂଙ୍କିର୍ତନ ଓ ରାତ୍ରରେ ଭଜନ ସମରାହୋ ଅନୁଷ୍ଟିତ ହୋଇଥିଲା ।  ପାଗ ଅନୁକୁଳ ଥିବାରୁ ଶତାଧିକ ଭକ୍ତମାନେ ଶ୍ରୀ ଜୀଉଙ୍କ ସୁନାବେଶ ଦର୍ଶନ କରିଥିଲେ ।ଶାନ୍ତିସୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.