Home Top News ପଦ୍ମଶ୍ରୀ ନନ୍ଦ ସାରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ : ସାର, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ପଦ୍ମଶ୍ରୀ ନନ୍ଦ ସାରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ : ସାର, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

53

ଯାଜପୁର ୨୯।୧୧(ଓଡିଆ ପୁଅ/ବିରଞ୍ଚି ନାରାୟଣ ପାତ୍ରୀ) ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଗୁରୁ ନନ୍ଦ କିଶୋର ପୁଷ୍ଟି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଚିନ୍ତାଜନକ ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି।

ରବିବାର ନନ୍ଦ ସାରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ସୋମବାରଦିନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶ୍ରୀ ପୃଷ୍ଟିଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ନନ୍ଦ ସାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସେତେଟା ଭଲ ନାହିଁ। ବର୍ତ୍ତମାନ ସମସ୍ତ ପରୀକ୍ଷା ଚାଲୁଅଛି ଯଦି କୌଣସି ଉନ୍ନତି ନ ଘଟେ ତେବେ ଅଧିକ ଚିକିତ୍ସା ପାଇଁ ଉପରିସ୍ଥ ଚିକିତ୍ସା କେନ୍ଦ୍ରକୁ ପଠାଇ ଦିଆଯିବ।

ଶତାୟୁ ଶିକ୍ଷକ ନନ୍ଦ ସାର ଚଳିତ ମାସ ୨ୟ ସପ୍ତାହରେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ସେ ରାଷ୍ଟ୍ରପତିଙ୍କୁ ଆଶିର୍ବାଦ କରିବା ଦୃଶ୍ୟ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସୂଚନା ଯୋଗ୍ୟ ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାମହିମ ରାଷ୍ଟ୍ରପତି ରାଷ୍ଟ୍ରପତି ଭବନରେ ରାଜ୍ୟରେ ଦୀର୍ଘ ୭୫ ବର୍ଷ ହେଲା ବିନା ପାରିଶ୍ରମିକରେ ଚାଟଶାଳୀରେ ପିଲା ମାନଙ୍କୁ ଶିକ୍ଷା ପ୍ରଦାନ କରିଆସୁଛନ୍ତି। ସେଥିପାଇଁ ନନ୍ଦସାର ଗୋଟିଏ ପିଢିର ପରିଚୟ ଏ ଅଞ୍ଚଳରୁ ସୃଷ୍ଟି କରିବା ଲୋକ କଥା ରହିଛି। ନନ୍ଦ ସାରଙ୍କ ଜନ୍ମ ବେଳର କୌଣସି ସରକାରୀ ରେକର୍ଡ ନଥିଲେ ମଧ୍ୟ ସାରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ନନ୍ଦ ସାରଙ୍କ ବତ୍ତର୍ମାନ ୧୦୩ ବର୍ଷ ବୟସ, ସେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବଡଡିହା ଗ୍ରାମରେ ଦୀର୍ଘ ୧୦୩ ତଳେ ଜନ୍ମ ଗ୍ରହଣ କରିଥିବା ଶତାୟୁ ନନ୍ଦ ପୃଷ୍ଟି। ଅଞ୍ଚଳର ଲୋକ ମାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ନନ୍ଦ ସାର ସୁକିନ୍ଦା ଅଞ୍ଚଳରେ ଦୀର୍ଘ ୭୫ ବୟସ ତଳେ ଯେତେବେଳେ ଲୋକମାନେ କୁଢକୁଢ ଟଙ୍କା ଆୟ କରିବାକୁ ଲାଗିଥିଲେ, ସେହି ସମୟରେ ସାରେ ବିନା ପାରିଶ୍ରମିକରେ ପିଲାମାନଙ୍କୁ ଚାଟଶାଳୀରେ ପାଠ ପଢ଼ାଇବା ଆରମ୍ଭ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.