Home ଓଡ଼ିଶା ପଥର ଖଣି ନିଲାମ କୁ ନେଇ ରଣପୁର ତହସିଲ ଘେରିଲେ ପଞ୍ଚାୟତ ବାସୀ

ପଥର ଖଣି ନିଲାମ କୁ ନେଇ ରଣପୁର ତହସିଲ ଘେରିଲେ ପଞ୍ଚାୟତ ବାସୀ

25

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୧୧- ନୟାଗଡ ଜିଲ୍ଲା ରଣପୁର ତହସିଲ ଅର୍ନ୍ତଗତ  ଛପରି କୋଇଲମା ମୈାଜା ର ଟାଙ୍ଗୀରି ମୁଣ୍ଡିଆ  , ଗିରିପୂଜା ମୁଣ୍ଡିଆ, ଖଣ୍ଡୁଆଳ ପାହାଡ  ରେ ୪ ଟି ପଥର ଖଣି କୁ ସରକାର ୫ ବର୍ଷ ପାଇଁ ନିଲାମ ଦେଇଛନ୍ତି । ଅଭିଯୋଗ ହେଉଛି ନିଲାମ ଧାରୀ ମାନେ ବିନା ପଲ୍ଲୀସଭା ରେ ବେଆଇନ ଭାବରେ ଅନୁମତି ଠାରୁ ଅଧିକ ଗଭିର ଜାଗା ରେ ବେଆଇନ୍ ବିସ୍ପୋରଣ ଘଟାଉଛନ୍ତି । ଯାହାଫଳ ରେ ବିସ୍ପୋରଣ ଦ୍ୱାରା ଶବ୍ଦ ପ୍ରଦୂଷଣ କୋଇ କୃତ୍ରିମ ଭୂମିକମ୍ପ ସୃଷ୍ଟି ହେଉଛି । ଯାହାଫଳ ରେ ଅଂଚଳ ବାସୀ ରାତ୍ରୀ ରେ ଶୋଇପାରୁନାହାଁନ୍ତି । ହୃଦ୍‌ରୋଗୀ , ପ୍ରସୂତି ମହିଳା , ଶିଶୁ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ନିକଟରେ ଥିବା କୋଠାଘର ଫାଟି ଯାଉଛି । ଜଙ୍ଗଲ ଜନ୍ତୁ ଅହିରାଜ ସର୍ପ ଓ ମାଙ୍କଡ ମାନେ ଗାଁ ମୁହାଁ ହେଲେଣି । ଜଙ୍ଗଲ ଯନ୍ତୁ ଓ ଜାତୀୟ ପକ୍ଷୀ ମୟୁର ଅସୁରକ୍ଷିତ । ବହୁମୂଲ୍ୟ ଜଙ୍ଗଲ କଟା ହୋଇ ରାସ୍ତା ହେବା ଦ୍ୱାରା ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି ।

ତେଣୁ ଏ ବେଆଇନ ଖଣି କୁ ବିରୋଧ କରି ଲୋଧାଚୁଆ ଓ ବୁନ୍ଦାବନପୁର ଗ୍ରାମପଞ୍ଚାୟତ ର ଜଙ୍ଗଲ ଓ ପରିବେଶ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ଆନ୍ଦୋଳନ ଡାକରା ଦିଆଯାଇଥିଲା । ତାଳକଣି , ଖଇରପଲ୍ଲୀ ଓ ପିମ୍ପଲ ଗ୍ରାମପଞ୍ଚାୟତ ର ଲୋକମାନେ ଏହି ଆନ୍ଦୋଳନ ରେ ସାମିଲ୍ ହୋଇଥିଲେ । ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ପୁରୁଷ ମହିଳା ରଣପୁର ପଞ୍ଚୁଦୋଳ ପଡିଆ ରଘୁ ଦିବାକର ମଣ୍ଡପ ଠାରୁ ସହର ପରିକ୍ରମା କରି ରଣପୁର ତହସିଲ କାର୍ଯ୍ୟାଳୟ କୁ ଯାଇଥିଲେ । ସେଠାରେ ଏକ ସଭା କରିବା ସହ ଏକ ସାତ ଦଫା ଦାବୀ ସମ୍ବଳିତ ଦାବୀ ପତ୍ର ରଣପୁର ତହସିଲଦାର ଯୁଗଳ ମିଶ୍ର ଙ୍କୁ ପ୍ରଦାନ କରିଥିଲେ । ଆଇନଜିବୀ  ଗିରିଜାକାନ୍ତ ମହାପାତ୍ର , ସୂର୍ଯ୍ୟକାନ୍ତ ମହାପାତ୍ର , ଭିଖାରୀ ସାହୁ , ଅବସରପ୍ରାପ୍ତ ଶିକ୍ଷକ କିଶୋର ମହାପାତ୍ର , ସୁରେଶ ସ୍ୱାଇଁ , ସତ୍ୟବ୍ରତ ନାୟକ ଆଦି କମିଟିର କର୍ମକତ୍ତା ମାନେ ତହସିଲଦାର ଙ୍କ ସହ ଆଲୋଚନା କରିଥିଲେ । ତହସିଲଦାର ୭ ଦିନ ପାଇଁ ବେଆଇନ୍ ବିସ୍ପୋରଣ ବନ୍ଦ କରି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେବା ପରେ ବିକ୍ଷୋଭ କାରୀ ମାନେ ବିକ୍ଷୋଭ ରୁ ଓହରି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.