କୋରାପୁଟ ୦୫-୦୯(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଟାଉନଥାନା ଅନ୍ତର୍ଗତ ପଣସପୁଟ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ପୋଚ ଓ ରନ୍ଧା ଦେଶୀ ମଦ ଜବତ କରିଛି । ପଣସପୁଟରେ ବ୍ୟାପକ ଚେରା ମଦ ପ୍ରସ୍ତୁତି ହେଉଥିବା ଅଭିଯୋଗ ପାଇ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠିଙ୍କ ନିର୍ଦ୍ଦେଶରେ ବିଭାଗ ଚଢାଉ କରିଥିଲା । ଚଢାଉବେଳେ ପଣସପୁଟ ପାହାଡ ନିକଟ ନାଳରୁ ଅବକାରୀ ଟିମ ୪୫୦ ଲିଟର ପୋଚ ଓ ୨୨ ଲିଟର ଦେଶୀ ରନ୍ଧାମଦ ଜବତ କରି ନଷ୍ଟ କରିଥିବା ଜଣାପଡିଛି । ତେବେ ଚୋରା ମଦ ବେପାରୀ ଘଟଣା ସ୍ଥଳରୁ ଫେରାର୍ ହୋଇଥିବା ସୂଚନା ମିଳିଛି । ଅବକାରୀ ସଦର ଓଆଇସି ଦିଲ୍ଲୀପ କୁମାର ରଥଙ୍କ ନେତୃତ୍ୱରେ ହୋଇଥିବା ଚଢାଉରେ ଏଏସଆଇ ଅରପଲୋକ ଦାଶ,କନେଷ୍ଟବଲ ତ୍ରିଲୋଚନ ରାୟଚେଟ୍ଟୀ, ଉମର ଫାରୁକ ,ଆଲୋକ ଦାସ ପ୍ରମୁଖ ସାମିଲ ହୋଇଥିଲେ । ଅବକାରୀ ସଦର ଥାନାରେ ଓଆଇସି ଦିଲୀପ କୁମାର ରଥ ଏକ ମାମଲା ରୁଜୁ କରିଛନ୍ତି ।