Home ଓଡ଼ିଶା ପଡିଆ ସ୍ୱାସ୍ଥ୍ୟକେନ୍ଦ୍ର ପଛପାଖରେ ଗଦା ହୋଇ ପଡିଛି ଲକ୍ଷାଧିକ ଟଙ୍କାର ଔଷଧ, ସ୍ୱାସ୍ଥ୍ୟବିଭାଗର ତଦନ୍ତ ଆରମ୍ଭ

ପଡିଆ ସ୍ୱାସ୍ଥ୍ୟକେନ୍ଦ୍ର ପଛପାଖରେ ଗଦା ହୋଇ ପଡିଛି ଲକ୍ଷାଧିକ ଟଙ୍କାର ଔଷଧ, ସ୍ୱାସ୍ଥ୍ୟବିଭାଗର ତଦନ୍ତ ଆରମ୍ଭ

83

ମାଲକାନଗିରି,୧୧ ।୬ (ଓଡିଆ ପୁଅ ) ଗରିବ ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ମାଗଣାରେ ସ୍ୱାସ୍ଥ୍ୟସେବା ସହ ଔଷଧ ଯୋଗାଇଦିଆ ଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ପଡିଆ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଲକ୍ଷାଧିକ ଟଙ୍କାର ଔଷଧ ଅଳିଆ ଗଦାକୁ ପକାଇଦିଆ ଯାଇଥିବାର ଦେଖିବାକୁ ମିଳିଛି । ଗରିବ ଲୋକଙ୍କୁ ହସପିଟାଲରୁ ମାଗଣା ଔଷଧ ଦିଆ ନ ଯାଇ ଡାକ୍ତର ମାନେ ଔଷଧ ଦୋକାନୀମାନଙ୍କ ଠାରୁ ପିସି ନେଇ ବାହାର ଦୋକାନ ରୁ ଔଷଧ କ୍ରୟପାଇଁ ପରାମର୍ଶ ଦେଉଛନ୍ତି । ଯାହା ଫଳରେ କି ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ଯୋଗାଇ ଦିଆଯାଉଥିବା ଔଷଧ ଗୁଡିକ ଗଛିତ ହୋଇ ରହି ଏକ୍ସପାଏର ହେବାସହିତ ଆଉକେତ ଔଷଧ ଖରାପ ହୋଇ ଯାଉଛି । ଏହି ପରି ଲକ୍ଷାଧିକ ଟଙ୍କାର ଜୀବନ ରକ୍ଷାକାରି ଔଷଧ କୁ ପଡିଆ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର କିଛି କର୍ମଚାରୀ ହସପିଟାଲ ପଛପାଖରେ ଏକ ଗାତ ଖୋଳି ପୋତି ଦେଉଥିବାର ଦେଖି ଜଣେ ଯୁବକ ତାଙ୍କ ମୋବାଇଲରେ ଭିଡିଓ କରିଥିଲେ । ସେହି ଔଷଧ ଗୁଡିକ ମଧ୍ୟରେ ଅନେକ ଔଷଧର ଅବଧି ତାରିଖ ଥିବା ବେଳେ କିଛି ଔଷଧ ଏକ୍ସପାଏର ହୋଇଥିବାର ଜଣାପଡିଛି । ଏହି ଭିଡିଓ ଭାଇରାଲ ହେବାପରେ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲକୁମାର ନନ୍ଦ ଙ୍କ ନିର୍ଦ୍ଦେଶକ୍ରମେ ଏଡିଏମଓ ମେଡିକାଲ ଡାକ୍ତର ଶିବ ପ୍ରସାଦ ମହାରଣା ପଡିଆ ହସପିଲାକୁ ଯାଇ ଗାତରେ ପୋତା ଯାଇଥିବା ଔଷଧ ଗୁଡିକୁ ଖୋଳି ବାହର କରି ତଦନ୍ତ ଆରମ୍ଭ କରିଛନ୍ତି । ଯିଏ ଏପରି ଅପରାଧ କାର୍ଯ୍ୟକରିଥିବେ ଦତନ୍ତରେ ଜଣାପଡିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଡାକ୍ତର ମହାରଣା କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.