Home ଓଡ଼ିଶା ପଡିଆ ବ୍ଲକ ଅଚଂଳ ଗସ୍ତକରି ଜିଲ୍ଲାପାଳ ବନ୍ୟାପରିସ୍ଥିତି ଅନୁଧ୍ୟାନ କଲେ

ପଡିଆ ବ୍ଲକ ଅଚଂଳ ଗସ୍ତକରି ଜିଲ୍ଲାପାଳ ବନ୍ୟାପରିସ୍ଥିତି ଅନୁଧ୍ୟାନ କଲେ

79

ମାଲକାନଗିରି, ୨୦ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ୨୪ଘଟାଂ ମଧ୍ୟରେ ଲଘୁଚାପ ଜନିତ ପ୍ରବଳବର୍ଷା ହେବାର ଆଶଙ୍କା ଥିବାରୁ ଜିଲ୍ଲାରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଏ ନେଇ ରାଜ୍ୟ ପାଣିପାଗ ପକ୍ଷରୁ ସତର୍କ ସୂଚନା ଦେବାପରେ ଲଗାଣ ବର୍ଷା ଦ୍ୱାରା ବନ୍ୟାପରିସ୍ଥିତି ସୃଷ୍ଟି ହେବା ନେଇ ରାଜ୍ୟ ରିଲିଫ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲା ପ୍ରଶାସନକୁ ସତର୍କ ଓ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଦୀର୍ଘ ଦିନଧରି ଲଗାଣବର୍ଷା ଲାଗିରିହିବା ଦ୍ୱାରା ବିଭିନ୍ନ ନଦୀନାଳ ରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇ ଚାଷ ନଷ୍ଟ ହେବାସହ ରାସ୍ତାଘାଟ ଧୋଇ ହୋଇ ଯାଇ ଗ୍ରାମକୁ ଯୋଗା ଯୋଗବିଛିନ୍ନ ହୋଇପଡିଛି। ଶହ ଶହ ହେକ୍ଟର ଚାଷଜମିରେ ପାଣିପସି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ବିଶେଷ କରି ପଡିଆ ବ୍ଲକସ୍ଥ ୬ଟି ପଚାଂୟତର ପ୍ରାୟ୨୫ରୁ ଉର୍ଦ୍ଦଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି। ଏହା ବ୍ୟତିତ ବାପନପାଲି, ପଡିଆ, ଭେଚଂନପାଲି ସହିତ ଅନ୍ୟାନ ଗ୍ରାମରେ ପ୍ରାୟ୪୦ରୁ ଉର୍ଦ୍ଦଘର ଭାଙ୍ଗି ଯାଇଥିବାର ଜଣାପଡିଛି। ଆଜି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ସହିତ ପଡିଆ ବିଡିଓ ରଘୁନାଥ ମୁଣ୍ଡାରି ଓ ଅନ୍ୟାନ ଅଧିକାରୀ ଛତିଶିଗଡ ସୀମାନ୍ତ ପଡିଆ ବ୍ଲକର ବାପନପାଲି, କମାରଗୁଡା, ଧରନାପାଲ ପୋଲ ସହିତ ସାବେରୀ ନଦୀ କୁଳରେ ଥିବା ବନ୍ୟାପ୍ରବାବିତ ଗ୍ରାମଗୁଡିକ ପରିଦର୍ଶନ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀ ମାନଙ୍କ ସହିତ ବନ୍ୟାସଂପର୍କରେ ଆଲୋଚନା କରିଛନ୍ତି। ୧୨ଦିନ ମଧ୍ୟରେ ଦୁଇଥର ବନ୍ୟାପରିସ୍ଥିତି ହୋଇ ବନ୍ୟାପ୍ରଭାବିତ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢିଯାଇଛି। ମାଲକାନଗିରି ଜିଲ୍ଲାରେ ବୁଧବାର ସକାଳ୮ଟା ଠାରୁ ଗୁରୁବାର ସକାଳ୮ଟା ମଧ୍ୟରେ ହାରା ହାରି ୯୮.୪ ମିଲିମିଟର ବର୍ଷା ହୋଇଥିବା ବେଳେ ସାତଟି ଯାକ ବ୍ଲକରେ ମୋଟ ବୃଷ୍ଟିପାତ ୬୮୯.୪ ମିଲିମିଟର ବର୍ଷା ରେକର୍ଡକରାଯାଇଛି, ଖଇରପୁଟ ବ୍ଲକରେ ସର୍ବାଧିକ ୧୩୫.୦ମିଲିମିଟର, ମାଥିଲି ବ୍ଲକରେ ୧୧୬.୦ ମିଲିମିଟର, ମାଲକାନଗିରି ବ୍ଲକରେ ୧୦୬.୦ ମିଲି ମିଟର, କୋରକୁଣ୍ଡା ବ୍ଲକରେ ୧୦୧.୦ମିଲିମିଟର, ପଡିଆ ବ୍ଲକରେ୯୧.୬ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୬୬.୦ ମିଲିମିଟର, କାଲିମେଳା ବ୍ଲକରେ ୭୩.୦ ମିଲିମିଟର ବର୍ଷା ହୋଇଥିବାର ଜିଲ୍ଲା ଜରୁରୀକାଳିନ ବିଭାଗ ସୁତ୍ରରୁ ଜଣାପଡିଛି। ଗତ କାଲି ଠାରୁ ପୁଣି ଲଗାଣବର୍ଷା ଲାଗିରହିଥିବାରୁ ଜିଲ୍ଲାରେ ଆଜି ସକାଳୁ ପୁଣି ବନ୍ୟାପରିସ୍ଥତି ସୃଷ୍ଟି ହୋଇ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା, ଛତିଶଗଡ ରାଜ୍ୟ ସୀମାନ୍ତ ମାଲାକନଗିରି ଜିଲ୍ଲା ତ୍ରୀନଦୀସଙ୍ଗମ ସ୍ଥଳ ମୋଟୁ ଠାରେ ଥିବା ସାବେରୀ, ସିଲେରୁ, ଚିନାଗୋଦବରି ନଦୀରେ ବନ୍ୟାଜଳ ବୃଦ୍ଧିପାଇବାରେ ଲାଗିଛି। ଏହି ତିନୋଟି ନଦୀବନ୍ୟାଜଳରେ ଫୁଲିବା ଦ୍ୱାରା ଆଜି ସକାଳେ ମୋଟୁ ତହସିଲର ଆଲମା, ପେଟା, ବିନାୟକପୁର, ପୁରଣାମୋଟୁ, ଜିନେଲିଗୁଡା, ମୋଟୁ, ୬ଟି ଗ୍ରାମ ଏବେ ପାଣିଘେରରେ ରହି ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି। ମୋଟୁ ତହସିଲ ପ କ୍ଷରୁ କିଛି ଗ୍ରାମବାସୀଙ୍କୁ ମୋଟୁ ଉଚସ୍ଥାନକୁ ସ୍ଥାନାନ୍ତର କରି ସେମାନଙ୍କୁ ବନ୍ୟାଆଶ୍ରୟସ୍ଥଳରେ ରଖା ଯାଇଥିବାର ଜଣାପଡିଛି। ଏବେବି ଆନ୍ଦ୍ର, ତେଲାଙ୍ଗାନ, ଛତିଶଗଡ ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲ୍ଲାମୋଟୁ ତହସିଲ ର ସାବେରୀ, ସିଲେରୁ, ଚିନାଗୋଦାବରୀ ତ୍ରୀନଦୀ ସ୍ଥଳୀ ମୁଗିପଏଟଂ, ମଧୂସୁଦବ ପାର୍କ ପାଣିରେ ବୁଡି ରହିଛି। ଏହି ପାର୍କଟି ତ୍ରୀନଦୀର ସଙ୍ଗମସ୍ଥଳ ଟାପୁରେ ପ୍ରତିଷ୍ଟା କରାଯାଇ ତୋନିଟି ରାଜ୍ୟର ସୀମାନିର୍ଦ୍ଦାଣ କରାଯାଇଥିଲେ ମଧ୍ୟ ଆଡିବନ୍ଧ କରାଯାଇନଥିବାରୁ ବାରମ୍ବାର ପାର୍କଟି ବନ୍ୟାଜଳରେ ବୁଡିରହି ଲେ ଆଗାମି ଦିନରେ ମଧୂସୁଦନ ପାର୍କ ଓ ମହାପୁରଷ ଙ୍କ ପ୍ରତି ମୂର୍ତି ସିଲେରୁ, ସେବାରୀ ନଦୀରେ ଲିନହୋଇଯିବାର ଆଶାଙ୍କାକୁ ଏଡାଇ ଦିଆଯାଇ ନପାରେ। ଜିଲ୍ଲାର ବିଭିନ୍ନସ୍ଥାନରେ ବନ୍ୟାସ୍ରୋତରେ କିଛି କଲଭର୍ଟ ଓ ପୋଲ ଆଶିଂକ ଭାଙ୍ଗି ଯିବାସହିତ ଅନେକ ସ୍ଥାନରେ ରାସ୍ତାଧୋଇ ହୋଇଯାଇ ଯାତାୟତରେ ବାଧା ସୃଷ୍ଟି ହୋଇଛି। କାଙ୍ଗୁରକୋଣ୍ଡା, ପୋଟେରୁ, ଉଣ୍ଡୁରକୋଣ୍ଡା, କନ୍ୟାଶ୍ରମ ପୋଲ ଉପରେ ୩ରୁ ୪ଫଟ ଉଚରେ ପାଣିଚାଲିଥିବାରୁ ଯୋଗା ଯୋଗବିଛିନ୍ନ ହୋଇପଡିଛି। ପୋଟେରୁ, ସାବେରୀ, ସିଲେରୁ ନଦୀ କୁଳରେ ଥିବା କିଛି ଗ୍ରାମଭିତରକୁ ପାଣି ପ୍ରବେଶକରି ରାସ୍ତାଘାଟ ଧୋଇନେବା ସହିତ ଅନେକ କଚାଘରର କାନ୍ଥ ଭୁଶୁଡିପଡିଥିବାର ଜଣାପଡିଛି। ନଦୀକୁଳିଆ ଗ୍ରାମବାସୀଙ୍କ ଦୁଃଖ କମିନାହିିଁ। ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ବନ୍ୟାପ୍ରଭାବିତ ଅଚଂଳକୁ ସାତଟି ଯାକ ବ୍ଲକର ବିଡିଓ, ତହସିଲଦାର ଓ ଅନ୍ୟାନ ବିଭାଗୀୟ ଅଧିକାରୀ ମାନେ ଗସ୍ତକରି ବନ୍ୟାପରିସ୍ଥିତି ଅନୁଧ୍ୟାନ ସହିତ କ୍ଷୟକ୍ଷତିର ବିରରଣି ସଂଗ୍ରହ ଆରମ୍ଭ କରିଦେଇଛନ୍ତି। ଜିଲ୍ଲାରେ ଦୀର୍ଘଦିନ ଧରି ବର୍ଷାଲାଗିରହିଥିବାରୁ ବନ୍ୟାପ୍ରପିଡିତ ଗ୍ରାମବାସୀଙ୍କ ଦୁର୍ଦ୍ଦଶାବଢି ଯାଇଛି। ଅନେକ ଗ୍ରାମରେ ରାସ୍ତା ପୋଲ କଲଭର୍ଟ ଧୋଇହୋଇ ଯାଇ ଥିବାରୁ ଯତାୟତରେ ବାଧାସୃଷ୍ଟି ହୋଇଛି, ପଡିଆ, କାଲିମେଳା ପୋଟେରୁ, ମାଥିଲି, ଖଇରପୁଟ, ଗୁମ୍ମା, ବନ୍ୟାପ୍ରଭାବିତ ଅଚଂଳରେ ବନ୍ୟାଜଳ ଗ୍ରାମରେ ପ୍ରବେଶକରି ଅନେକ ଲୋକଙ୍କ ମାଟିଘର ଭାଙ୍ଗି ବା ସହିତ କାନ୍ଥ ଭୁଶୁଡି ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.