Home କୋରାପୁଟ ପଟ୍ଟାଙ୍ଗୀ ତହସିଲର ୫ ଟି ଗ୍ରାମର ୨୧୭ ଜଣ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ

ପଟ୍ଟାଙ୍ଗୀ ତହସିଲର ୫ ଟି ଗ୍ରାମର ୨୧୭ ଜଣ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ

337

କୋରାପୁଟ ; ତା୦୨-୦୫-୧୯(ଓଡିଆପୁଅ /ରଂଜନ କୁମାର ଦାସ)ସାମୁଦ୍ରୀକ ଝଡ ଫନିକୁ ଦୃଷ୍ଟିରେ ରଖି ପଟ୍ଟାଙ୍ଗୀ ତହସିଲର ୫ ଟି ଗ୍ରାମର ୨୧୭ ଜଣ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ତହସିଲଦାର ଡ .ଅରୁଣ କୁମାର ଖଣ୍ଡା ସୂଚନା ଦେଇଛନ୍ତି ।ଲୋକମାନଙ୍କୁ ଆଜି ରାତ୍ରୀରେ ରନ୍ଧାଖାଦ୍ୟ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।ଚନ୍ଦକା ପଂଚାୟତର ଗାଲିପାଡୁ ,ଗାଂଗରାଜପୁରର ଦମକଗୁଡା ,ତଳଗୋଲୁରର ଡୁମୁରିଗୁଡା ଓ ସିଡିବାଲସା ଏବଂ ରାଲେଗଡାର ବୁନ୍ଦୁଲପାଡୁ ପ୍ରଭୃତି ଗ୍ରାମର ୨୧୭ ଜଣ ଲୋକ ବିଭିନ୍ନ ସରକାରୀ ସ୍କୁଲରେ ରଖାଯାଇଥିବା ସେ ପ୍ରକାଶ କରିଛନ୍ତି ।ଆସନ୍ତାକାଲି ପରିସ୍ଥିତିକୁ ଦେଖିଲାପରେ ପରବର୍ତୀ ନିଷ୍ପତି ନିଆଯିବ ବୋଲି ସେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.