Home ଓଡ଼ିଶା ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ ;କୋରାପୁଟ ସହରରେ ଅସୁରକ୍ଷିତ ଗଛର ଡାଲ କାଟିଲେ

ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ ;କୋରାପୁଟ ସହରରେ ଅସୁରକ୍ଷିତ ଗଛର ଡାଲ କାଟିଲେ

629

କୋରାପୁଟ ୦୨-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ) ସାମୁଦ୍ରିକ ଝଡ ଫନି ପ୍ରଭାରେ ଯେପରି ଲୋକେ ହଇରାଣ ହେବେ ନାହିଁ ସେଥି ନିମନ୍ତେ କୋରାପୁଟ ଜିଲ୍ଲାପ୍ରଶାସନ ଆଗୁଆ ପଦକ୍ଷେପ ନେଇଛନ୍ତି।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କ ନିର୍ଦ୍ଦେଶରେ କୋରାପୁଟ ମ୍ୟୁନସିପାଲଟି, ଓଡ୍ରାଫ ଓ ସାଉଥକୋ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସହାୟତାରେ ଆଜି ଜାତୀୟ ରାଜପଥ ରାସ୍ତାରେ ଥିବା ଗଛଗୁଡିକର ଡାଲ ଗୁଡିକ କାଟିଥିଲେ।ପବନ ହେବା ଦ୍ୱାରା ବିଦ୍ୟୁତ ତାର ଉପରେ ଗଛ କିମ୍ବା ଘଛର ଡାଲ ପଡିବାରୁ ବିଦ୍ୟୁତ ବ୍ୟାହତ ହୋଇ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ।ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ଫନି ପ୍ରବେଶ ପୂର୍ବରୁ ଗଛର ଡାଲ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ।କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟନାୟକ, ସାଉଥକୋ ଉପଖଣ୍ଡ ଅଧିକାରୀ ହିମାଂଶୁ ପ୍ରଧାନ ଓ ସହକାରୀ ଯନ୍ତ୍ରୀ ମନୋରଂଜନ ମାର୍ଥା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.