Home ଓଡ଼ିଶା ପଟିଆ ନିର୍ମାଣାଧିନ ରାଜୀବ ସେବା କେନ୍ଦ୍ର ପାଲଟିଲା ଭୁତ କୋଠୀ

ପଟିଆ ନିର୍ମାଣାଧିନ ରାଜୀବ ସେବା କେନ୍ଦ୍ର ପାଲଟିଲା ଭୁତ କୋଠୀ

218

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୫- କେନ୍ଦ୍ର ଓ ରାଜ୍ୟ ସରକାର ଜନ ସାଧାରଣଙ୍କ ହିତ ଦୃଷ୍ଟିରେ ବିଭିନ୍ନ ଯୋଜନା ପରେ ଯୋଜନାମାନ କରି ଚାଲିଛନ୍ତି । କିନ୍ତୁ ଯୋଜନା କେଉଁଠାରେ ଅଟକି ରହୁଛି ସେ ସମ୍ପର୍କେ ସରକାରୀ କର୍ମଚାରୀମାନେ ନଜର ଦେଉ ନାହାନ୍ତି । ସେହିଭଳି ଏକ ନରେଗା ଯୋଜନା କାର୍ଯ୍ୟ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ପଟିଆ ଗ୍ରାମ ପଂଚାୟତ ରାଜୀବ ସେବା କେନ୍ଦ୍ର । ୨୦୧୦ ମସିହାରେ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଟିଆ ଗ୍ରାମ ପଂଚାୟତ ରାଜୀବ ସେବା କେନ୍ଦ୍ର । ବ୍ଲକ୍ ର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିଲା । ସମୟ ଗଡି ଚାଲିଲା ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିଲା ନାହିଁ । ସେତେବେଳକୁ ବିଭାଗୀୟ କର୍ତ୍ତୁପକ୍ଷ ଅନୁଭବ କଲେ ଆଉ ୧୦ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟ ହୋଇ ପାରିବ ନାହିଁ ।

ତେଣୁ ବ୍ୟୟ ଅଟକଳକୁ ବଢାଇ ଦିଆଗଲା । କିନ୍ତୁ ଏ ପର୍ଯ୍ୟନ୍ତ ସେହି ରାଜୀବ ସେବା କେନ୍ଦ୍ର ନିର୍ମାଣାଧିନ ଅବସ୍ଥାରେ ରହି ଭୁତ କୋଠୀ ପାଲଟିଛି । ଘର ଭିତରେ ବାହାରେ ଗଛ ପତ୍ର ଉଠି ଜଙ୍ଗଲ ହୋଇ ଗଲାଣି । ଏ ସମ୍ପର୍କେ ରଣପୁର ବିଡିଓ ପଂଚାନନ ପଟ୍ଟାୟତଙ୍କ ସହ ଯୋଗା ଯୋଗ ପରେ କୁହନ୍ତି ଆମ୍ଭେ କୌଣସି ତଥ୍ୟ ଦେଇ ପାରିବୁ ନାହିଁ ବୋଲି ସରକାରୀ ନିର୍ଦ୍ଧେଶନାମା ରହିଅଛି ଯାହା ତଥ୍ୟ ଦେବେ କେବଳ ଜିଲ୍ଲାପାଳ । ଏ ସମ୍ପର୍କେ ନୟାଗଡ ପ୍ରକଳ୍ପ ନିର୍ଦ୍ଧେଶକ ସୁବାଷ ଚନ୍ଦ୍ର  ରାୟଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ପଟିଆ ରାଜୀବ ସେବା କେନ୍ଦ୍ର ଅର୍ଦ୍ଧ ନିର୍ମିତ ସମ୍ପର୍କରେ ମୋ ପାଖରେ କୌଣସି ଖବର ନାହିଁ । ଖବର ପାଇଲି ରଣପୁର ବିଡିଓଙ୍କୁ ପଚାରି ପଦକ୍ଷେପ ନିଆଯିବ । ଅପରପକ୍ଷେ ସରପଂଚ ପ୍ରଭାତ କୁମାର ସାହୁ ପଟିଆ ଗ୍ରାମ ପଂଚାୟତରେ ରାଜୀବ ସେବା କେନ୍ଦ୍ର ନିର୍ମାଣ ନ ସରିବା ଯୋଗୁଁ କ୍ଷୋଭ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.