Home ଓଡ଼ିଶା ସ୍ୱାମୀ ପରିତ୍ୟକ୍ତା ଭିନ୍ନକ୍ଷମା ମହିଳା ସାମାଜିକ ନିରାପତ୍ତା ଓ ଖାଦ୍ୟ ସୁରକ୍ଷା ରୁ ବଂଚିତ

ସ୍ୱାମୀ ପରିତ୍ୟକ୍ତା ଭିନ୍ନକ୍ଷମା ମହିଳା ସାମାଜିକ ନିରାପତ୍ତା ଓ ଖାଦ୍ୟ ସୁରକ୍ଷା ରୁ ବଂଚିତ

216

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୫-ସରକାର ସ୍ୱାମୀ ପରିତ୍ୟକ୍ତା, ଭିନ୍ନକ୍ଷମ, ଅବିବାହତା ଯୁବତୀ, ବୃଦ୍ଧ ବୃଦ୍ଧାମାନଙ୍କ ପାଇଁ ସାମାଜିକ ନିରାପତ୍ତା ସହ ଖାଦ୍ୟ ସୁରକ୍ଷା ଯୋଜନା ମାନ କରିଛନ୍ତି । କିନ୍ତୁ ଝାରପଡା ଗ୍ରାମ ପଂଚାୟତର କାଂଚନପୁର ଶିବ ପ୍ରଧାନଙ୍କର ଝିଅ ଗୀତାଂଜଳି ପ୍ରଧାନ ଜଣେ ସ୍ୱାମୀ ପରିତ୍ୟକ୍ତା ଭିନ୍ନକ୍ଷମା ମହିଳା ଅଟନ୍ତି । ତାଙ୍କୁ ଖାଦ୍ୟ ସୁରକ୍ଷା ଅର୍ଣ୍ଣପୁର୍ଣ୍ଣା ଯୋଜନାରେ ମାସିକ ୧୦କେଜି ଚାଉଳ ମାଗଣାରେ ପ୍ରଦାନ କରାଯାଉଥିଲା । ମୟୁରଝାଲିଆ ପଂଚାୟତ ରୁ ଏହି ଚାଉଳ ମିଳୁଥିଲା । କିନ୍ତୁ ୨ ମାସ ହେଲା ତାଙ୍କ ଚାଉଳ କଟିଯାଇଛି କହି ଖାଦ୍ୟ ସୁରକ୍ଷା ଯୋଜନାରୁ ତାଙ୍କୁ ବଂଚିତ କରାଯାଇଅଛି । ସେହିଭଳି ଭାବରେ ସାମାଜିକ ସୁରକ୍ଷା ଯୋଜନାରେ ଗତବର୍ଷଠାରୁ ଭିନ୍ନକ୍ଷମା ଭତ୍ତା ପାଇଁ ଆବେଦନ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଭତ୍ତା ମିଳୁନାହିଁ ।

ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ସମ୍ପର୍କେ ରଣପୁର ବ୍ଲକ୍ ମାର୍କେଟିଙ୍ଗ ଇନିସ୍‌ପେକ୍ଟର ଅନିତା ରାଉତରାୟଙ୍କ ସହ ଫୋନ୍ ରେ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଫୋନ୍ ସୁଇଚ୍ ବନ୍ଦ ଥିଲା । ଭତ୍ତା ସମ୍ପର୍କେ ରଣପୁର ବ୍ଲକ୍ ସାମାଜିକ ସୁରକ୍ଷା ଭତ୍ତା ଦାୟିତ୍ୱରେ ଥିବା ନିବେଦିତା ଜାନିଙ୍କ ସହ ଯୋଗା ଯୋଗ କରିବାରେ କହିଥିଲେ ଯେ ଗୀତାଂଜଳି ପ୍ରଧାନଙ୍କକର ଭତ୍ତା ଆବେଦନ ଗତ ବର୍ଷ ନୟାଗଡ ଜିଲ୍ଲା ଅଫିସ୍ କୁ ପଠା ଯାଇଥିଲା । କିନ୍ତୁ ଅଧିକ କାଗଜାତ ଆବଶ୍ୟକ ଥିବାରୁ ଜିଲ୍ଲା ଅଫିସ୍ ଗୀତାଂଜଳିର ଭତ୍ତା ଆବେଦନ ଫେରାଇ ଦେଇଛନ୍ତି । ଏ ପର୍ଯ୍ୟନ୍ତ କାଗଜାତ ପ୍ରସ୍ତୁତି ହୋଇଥିଲେ ମଧ୍ୟ ଜିଲ୍ଲା ଅଫିସ୍ ପୁର୍ନବାର ଆବେଦନ ପତ୍ର ମଗାଇ ନାହାନ୍ତି । ଜିଲ୍ଲା ଅଫିସ୍ ମଗାଇଲେ ପଠାଯିବ । ଏ ସମ୍ପର୍କେ ନୟାଗଡ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ଗୀତାଂଜଳି ପ୍ରଧାନ ଙ୍କ ଭତ୍ତା ଆବେଦନ ଆମ୍ଭ ନିକଟରେ ପହଁଚିନାହିଁ । ପହଁଚିଲା ପରେ ତୁରନ୍ତ ଭତ୍ତା ପ୍ରଦାନ କରାଯିବ । ଅପରପକ୍ଷେ ଗୀତାଂଜଳି ପ୍ରଧାନ ଗୋଟିଏ ଘରେ ଅର୍ଦ୍ଧାହାର ଅନାହାର ରେ ପଡିରହି ଭତ୍ତା ଓ ଚାଉଳ ଅପେକ୍ଷାରେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.