Home ଓଡ଼ିଶା ଅଚେତ ଅବସ୍ଥାରେ ଉଦ୍ଧାର ଯୁବକଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କଲେ

ଅଚେତ ଅବସ୍ଥାରେ ଉଦ୍ଧାର ଯୁବକଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କଲେ

371

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୫-ଚଳିତ ବର୍ଷ ଗ୍ରୀଷ୍ମ ତାପ ଏତେ ଜୋର୍ ନଥିଲା ବେଳେ ଅଂଶୁଘାତ ମୃତ୍ୟୁ ଅଭିଯୋଗ । ଏହିଭଳି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ବର୍ଗ । ନୟାଗଡ ଜିଲ୍ଲା ରଣପୁର ଥାନା ବଜ୍ରକୋଟ ଗ୍ରାମ ଚାଷ ଜମିରୁ ଅଚେତ ଅବସ୍ଥାରେ ଜଣେ ଯୁବକ ଉଦ୍ଧାର । ଡାକ୍ତରଙ୍କ ମୃତ୍ୟୁ ଘୋଷଣା । ସୁଚନା ଅନୁଯାୟୀ ବଜ୍ରକୋଟ ଗ୍ରାମର ବାନାମ୍ବର ବାରିକଙ୍କ ଦୁଇ ପୁଅ ସକାଳୁ ଜମିକୁ କାର୍ଯ୍ୟ କରିବାକୁ ଯାଇଥିଲେ । ସାନ ପୁଅ ଘନ ବାରିକ ସକାଳ ୯ଟା ବେଳେ ଘରକୁ ଫେରିଥିବା ବେଳେ ବଡ ପୁଅ ପୁର୍ଣ୍ଣଚନ୍ଦ୍ର ବାରିକ(୩୩) ଦିବା ୧୧.୩୦ ମିନିଟ୍ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ ।

ଘର ଲୋକ ଚାଷ ଜମିକୁ ଯାଇ ଦେଖିଲା ବେଳକୁ ଅଚେତ ଅବସ୍ଥାରେ ପୁର୍ଣ୍ଣଚନ୍ଦ୍ର ବାରିକ ଜମିରେ ପଡିଥିଲେ । ଘର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ରଣପୁର ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା ପରେ ପୁର୍ଣ୍ଣଚନ୍ଦ୍ରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘର ଲୋକମାନେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ କରୁଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ଡାକ୍ତରଙ୍କଠାରୁ ସୁଚନା । ରଣପୁର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଛେଦ ପରେ ତାଙ୍କ ପରିବାର ବର୍ଗକୁ ଶବ ହସ୍ତାନ୍ତର କରି  ଏକ ଅପମୃତ୍ୟୁ ମାମଲା ଋଜୁ କରିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.