Home କେନ୍ଦୁଝର ପଞ୍ଚୁଗୋଛିଆରେ ୫୦ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କରୋନା ଚିକିତ୍ସାକେନ୍ଦ୍ର ଖୋଲିଲା

ପଞ୍ଚୁଗୋଛିଆରେ ୫୦ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କରୋନା ଚିକିତ୍ସାକେନ୍ଦ୍ର ଖୋଲିଲା

1078

ହାଟଡ଼ିହି-୧୮/୪, ହାଟଡିହି ବ୍ଲକରେ ଆଗାମି ଦିନରେ କିପରି କରୋନା ସଂକ୍ରମଣ ରୋକିବାକୁ ମୁକାବିଲା କରାଯିବ ସେନେଇ ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ ସନ୍ଦିଗ୍ଧ ରୋଗୀ ମାନଙ୍କ ପାଇଁ ପ୍ର୍ରତି ପଞ୍ଚାୟତରେ ଅସ୍ଥାୟୀ କରୋନା ଚିକିତ୍ସାକେନ୍ଦ୍ର ଖୋଲାଯାଉଛି । ଯୁଦ୍ଧକାଳୀନ ଭିତିରେ ଖୋଲାଯାଉଥିବା ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କ ରହିବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପଞ୍ଚୁଗୋଛିଆ ପଞ୍ଚାୟତର ମୁଗୁପୁର ହାଇସ୍କୁଲ ଠାରେ ୫୦ଶଯ୍ୟା ବିଶିଷ୍ଟ ୪ଟିୱାର୍ଡ ଖୋଲାଯାଇ ଥିବାବେଳେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ, ଇନଭଟର, ଫ୍ୟାନ, ପାନୀୟଜଳ ଓ ପରିମଳର ସମସ୍ତ ବ୍ୟବସ୍ଥା କରାଯାଇଛି । ପଞ୍ଚୁଗୋଛିଆ ପଞ୍ଚାୟତର ସରପଞ୍ଚ ଜାନକୀ ଓଝା, ପିଇଓ ମହେଶ୍ୱର ସାହୁ, ଜିଆରଏସ ରାଜୀବ ଦାସ , ସ୍ୱେଚ୍ଛାସେବୀ ସୁଧାଶୁଂ ନାୟକ ପ୍ରମୁଖ ଉପସ୍ଥିତ ରହି ତଦାରଖ କରୁଛନ୍ତି । ବିଡିଓ ଜୟଦେବ ଦାସ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଉପଲବଧ ଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି । ଯେଉଁ ସନ୍ଦିଗ୍ଧମାନେ ଠାବ ହେବେ ସେମାନଙ୍କୁ ଏଠାରେ ସଙ୍ଗରୋଧରେ ରଖାଯାଇ କିପରି ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରାଯାଇଛି । ସେହିପରି ପଞ୍ଚାୟତରେ ରେସନକାର୍ଡ ଧାରୀ ମାନଙ୍କୁ ତିନିମାସର ଚାଉଳ, ଗହମ, କିରୋସିନି ସହିତ ହଜାର ଟଙ୍କାର ସହାତା ରାଶି, ବୃଦ୍ଧବୃଦ୍ଧା ମାନଙ୍କୁ ୪ମାସର ଭତ୍ତା ଏବଂ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ର ସହାୟତା ରାଶି ବଣ୍ଟନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.