Home ଜିଲ୍ଲା ପରିକ୍ରମା ପଞ୍ଚାୟତ ସମିତି ୩ୟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚିତ

ପଞ୍ଚାୟତ ସମିତି ୩ୟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚିତ

106

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ପଞ୍ଚାୟତ ସମିତିର ତୃତୀୟ ବୈଠକ ବ୍ଲକ ସମ୍ମଳନୀ କକ୍ଷରେ ଅଧ୍ୟକ୍ଷା ସୁମତୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଅଙ୍ଗନୱାଡି, ପାନୀୟ ଜଳଯୋଗାଣ, ଜବରଦଖଲ, ବ୍ଲକ ପରିଚାଳନା ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଉପସ୍ଥାପିତ ହୋଇଥିବା ଜଣାଯାଇଛି। ଏହି ବୈଠକରେ ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ସଦସ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ବଦ୍ରୀନାରାୟଣ ରାଉତ, ବିଡିଓ ଦେବଦତ୍ତ ଦାଶ ମଞ୍ଚାସୀନ ହୋଇଥିବା ବେଳେ ତହସିଲଦାର ସରୋଜକାନ୍ତ ନାୟକ, ମହିଳା ଓ ଶିଶୁବିକାଶ ଅଧିକାରିଣୀ ନିର୍ଝରିଣୀ ରାଉତଙ୍କ ସମେତ ବିଭିନ୍ନ ବିଭାଗର ବ୍ଲକସ୍ତରୀୟ ଅଧିକାରୀ, ୨୩ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଦସ୍ୟ ସଦସ୍ୟାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରଥିଲେ। ଜୱାଦ ବାତ୍ୟା କ୍ଷତିଗ୍ରସ୍ତଙ୍କ ଚିହ୍ନଟ ସଠିକ ହୋଇନଥିବା ଓ ତାଲିକା ସାର୍ବଜନୀନ ହୋଇନଥିବା ସହ କ୍ଷତିପୂରଣ ମିଳିନଥିବା ଏବଂ ବ୍ଲକ ଜମି ନାମଜାରୀ ହୋଇନଥିବା ଓ ଜବରଦଖଲ ହୋଇଥିବା କେତେକ କାର୍ଯ୍ୟାଳୟକୁ ଉଦ୍ଧାର କରିବା ପାଇଁ ବାଲିପୋଖରୀ ସରପଞ୍ଚ ଅକ୍ଷୟ ତ୍ରିପାଠୀ, ଜଳମଣ୍ଡୁଆ ସରପଞ୍ଚ ବାସନ୍ତି ଦାସ ଓ ନଗୁଆଁ ସମିତି ସଭ୍ୟ ପ୍ରତାପ ଦ୍ୱିବେଦୀ ଅଧ୍ୟକ୍ଷା ଉଦବେଗ ପ୍ରକାଶ କରିଥିଲେ। ବ୍ଲକ କମି ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟରେ ସହଯୋଗ କରୁନଥିବା ସମ୍ପର୍କରେ ଉପାଧ୍ୟକ୍ଷ ଶ୍ରୀ ସାମଲ ବୈଠକରେ ଉପସ୍ଥାପନ କରିଥିଲେ। ଅଙ୍ଗନୱାଡି କେନ୍ଦ୍ରରେ ଶିଶୁମାନଙ୍କୁ ଜଳଖିଆ ଓ ଖାଦ୍ୟ ଯୋଗାଣରେ ଅନିୟମିତା ଓ ବସୁଧା ଯୋଜନାରେ ଜଳ ଯୋଗାଣରେ ବିଫଳତା ସମ୍ପର୍କରେ ରାଜେନ୍ଦ୍ରପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, କୁରିଗାଁ ସରପଞ୍ଚ ସାଧନାଞ୍ଜଳୀ ମହାପାତ୍ର, ମାଳଦା ସମିତି ସଭ୍ୟା ରିତାଞ୍ଜଳୀ ସାମଲ, ସାନଶାସନ ସମିତି ସଭ୍ୟ ସନ୍ତୋଷ ମହାପାତ୍ର ପ୍ରମୁଖ ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମୀନକେତନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.