Home ଓଡ଼ିଶା ଓଲଟିଲା ତେଲ ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ହେଲପର

ଓଲଟିଲା ତେଲ ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ହେଲପର

104

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ବଇଁଚା ଠାରେ ଏକ ତେଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବା ସହ ଏହି ଗାଡିର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବରରୁ ପ୍ରକାଶ ବାଲେଶ୍ୱର ତେଲ ଡିପୋରୁ ଏକ ତେଲ ଟ୍ୟାଙ୍କର ୧୨ହଜାର ଡିଜେଲ ନେଇ ଧାମରା ଆସୁଥିଲା। ବଇଁଚା ନିକଟରେ ଏହି ଟ୍ୟାଙ୍କରର ଆଗ ଚକା ଫାଟି ଯିବାରୁ ଏହି ଟ୍ୟାଙ୍କରଟି ଭାରସାମ୍ୟ ହରାଇ ନିକଟସ୍ଥ ନାଳକୁ ଓଲଟି ପଡିଥିଲା। ଫଳରେ ଟ୍ୟାଙ୍କରରେ ଥିବା ତେଲ ନିକଟସ୍ଥ ନାଳ ରେ ଥିବା ପାଣିରେ ମିଶିଯାଇଥିଲା। ଖବର ପାଇବା ପରେ କରଞ୍ଜମାଳ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚି ଟ୍ୟାଙ୍କରର ଚାଲକ ଏବଂ ହେଲପରକୁ ଉଦ୍ଧାର କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.