Home ଜିଲ୍ଲା ପରିକ୍ରମା ପଞ୍ଚାୟତ ନିର୍ବାଚନ : ଏଥର ଟପିବ ପ୍ରାର୍ଥୀଙ୍କ ସଂଖ୍ୟା

ପଞ୍ଚାୟତ ନିର୍ବାଚନ : ଏଥର ଟପିବ ପ୍ରାର୍ଥୀଙ୍କ ସଂଖ୍ୟା

98

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୨୨ ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ସବୁ ଦଳରେ ଗୋଷ୍ଠୀକନ୍ଦଳ ତୀବ୍ର ହେବାରେ ଲାଗିଛି । ଏହାକୁ ଲକ୍ଷ୍ୟ କରି ସ୍ୱାଧୀନ ଭାବେ ଲଢିବାକୁ ବହୁ ପ୍ରାର୍ଥୀ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଦଳୀୟ ସମର୍ଥନରେ ନିର୍ବାଚନ ଲଢିବାକୁ ପ୍ରାର୍ଥୀଙ୍କୁ ଜବାବ ଦେବା ପାଇଁ ପ୍ରତି ପଞ୍ଚାୟତରେ ୱାର୍ଡମେମ୍ବର ଠାରୁ ଜିଲା ପରିଷଦ ଯାଏ ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ଏଥର ସବୁ ନିର୍ବାଚନକୁ ଟପିଯିବାକୁ ଯାଉଛି । ୨୦୧୨ ନିର୍ବାଚନରେ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ବ୍ୟତୀତ ତିହିଡି ବ୍ଲକ୍‌ର ବିଭିନ୍ନ ପଂଚାୟତରେ ବିକାଶ ମଂଚ ଗଠିତ ହୋଇ କଂଗ୍ରେସ ଓ ବିଜେପିର ମେଣ୍ଟ ପ୍ରାର୍ଥୀ ଉଭା ହୋଇଥିଲେ । ସ୍ୱାଧୀନ ପ୍ରାର୍ଥୀ ବି ଅନେକ ଥିଲେ । ପୁରୁଣା ତଥ୍ୟ ଅନୁସାରେ ୨୦୧୨ ପଂଚାୟତ ନିର୍ବାଚନରେ ତିହିଡି ବ୍ଲକ୍‌ରେ ୨୬ ପଂଚାୟତ ଥିଲା । ଏହି ୨୬ ପଂଚାୟତରେ ୫୨୪ ଟି ବୁଥ୍ ମଧ୍ୟରେ ଲୋକ ସଂଖ୍ୟା ଥିଲେ ୧ ଲକ୍ଷ ୮୫ ହଜାର ୩୬୫ । ଏମାନଙ୍କ ମଧ୍ୟରୁ ଭୋଟର ସଂଖ୍ୟା ଥିଲେ ୧ ଲକ୍ଷ ୩୮ ହଜାର ୩୪୦ । ଏହି ନିର୍ବାଚନରେ ତିହିଡି ବ୍ଲକ୍‌କୁ ମୋଟ ୧ ଲକ୍ଷ ୫୨ ହଜାର ୧୭୪ ଗୋଟି ବାଲାଟ୍ ପେପର ଆସିଥିଲା । ପ୍ରାର୍ôଥପତ୍ର ଦାଖଲ ବେଳେ ଜଣାପଡିଥିଲା ସରପଞ୍ଚ ପ୍ରାର୍ଥୀ ଫର୍ମ ୧୮୬ ଟି ବିକ୍ରି ହୋଇଥିଲା ଓ ୧୬୭ ଟି ସରପଞ୍ଚ ପାର୍ଥିପତ୍ର ଦାଖଲ ହୋଇଥିଲା । ଦାଖଲ ପାର୍ଥିପତ୍ର ମଧ୍ୟରୁ ୫ଟି ନାକଚ ଓ ୪୦ଟି ପ୍ରତ୍ୟାହାର ପରେ ନିର୍ବାଚନ ମଇଦାନରେ ୨୬ ପଂଚାୟତ ପାଇଁ ୧୨୨ ଜଣ ସରପଞ୍ଚ ପ୍ରାର୍ଥୀ ରହିଥିଲେ ।

ସେହିପରି ସମିତି ସଭ୍ୟ ପାଇଁ ମୋଟ ୧୫୯ ଗୋଟି ଫର୍ମ ବିକ୍ରି ହୋଇଥିଲାବେଳେ ୧୨୭ ଟି ପ୍ରାର୍ଥିପତ୍ର ଦାଖଲ ହୋଇଥିଲା । ଅଚକ ପଂଚାୟତରେ ଗୋଟିଏ ସମିତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯିବା ଓ ୨୬ ଜଣ ପ୍ରତ୍ୟାହାର କରିବା ପରେ ନିର୍ବାଚନ ମଇଦାନରେ ୧୦୦ ଜଣ ପ୍ରାର୍ଥୀ ୨୬ ପଂଚାୟତ ପାଇଁ ରହିଥିଲେ । ନିର୍ବାଚନ ମଇଦାନକୁ ଯିବା ପୂର୍ବରୁ ବାରସର ପଂଚାୟତ ସମିତି ପ୍ରାର୍ଥୀ ଲିଲିୟନ୍ତାପ୍ରଭା ଦାସ ନିଦ୍ୱନ୍ଦ୍ୱର୍ରେ ନିର୍ବାିତ ହୋଇଥିଲେ । ସେହିପରି ୫୨୪ ଗୋଟି ୱାର୍ଡ ପାଇଁ ୧୩୮୭ ଗୋଟି ଫର୍ମ ବିକ୍ରି ହୋଇ ୧୨୭୪ ଗୋଟି ପ୍ରାର୍ଥିପତ୍ର ଦାଖଲ ହୋଇଥିଲା । ଏଥିରୁ ୨୧ ଟି ନାକଚ ଓ ୧୩୧ ଗୋଟି ପ୍ରତ୍ୟାହାର ହୋଇଯିବା ଓ ୧୧୧ ଗୋଟି ପ୍ରାର୍ଥୀ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହେବା ପରେ ନିର୍ବାଚନ ମଇଦାନରେ ୧୦୪୧ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ୨୬ ପଂଚାୟତ ପାଇଁ ନିର୍ବାଚନ ଲଢିଥିଲେ । ସେହିପରି ୪ ଗୋଟି ଜିଲା ପରିଷଦ ଆସନ ପାଇଁ ୨୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଥିଲେ । ନିର୍ବାଚନ ଶେଷରେ ୨୬ ପଂଚାୟତ ମଧ୍ୟରୁ ବିଜୁ ଜନତା ଦଳ ୧୮ଟି ସରପଞ୍ଚ, ୨୦ ଟି ସମିତି ସଭ୍ୟ ପାଇଥିଲାବେଳେ ଭାରତୀୟ ଜନତା ପାର୍ଟି ୩ଟି ସରପଞ୍ଚ, ୩ଟି ସମିତି ସଭ୍ୟ ପାଇଥିଲା । କଂଗ୍ରେସ ୫ଟି ସରପଞ୍ଚ ଓ ୩ଟି ସମିତି ସଭ୍ୟ ବିଜୟ ଲାଭ କରାଇଥିଲେ । ଭୋଟ୍ ହାରକୁ ହିସାବ କଲେ ଜାତୀୟ କଂଗ୍ରେସ ୨୪ ହଜାର ୧୨୪ ଖଣ୍ଡ ଭୋଟ୍ ପାଇଥିଲାବେଳେ ବିଜୁ ଜନତା ଦଳ ୪୭ ହଜାର ୪୭୪ ଏବଂ ଭାରତୀୟ ଜନତା ପାର୍ଟି ୨୬ ହଜାର ୭୪୪ ଖଣ୍ଡ ଭୋଟ୍ ନିଜ ଦଳୀୟ ଚିହ୍ନରେ ପାଇଥିଲେ ।

୨୦୧୭ ନିର୍ବାଚନ ଫେବୃୟାରୀ ୧୩ ତାରିଖ ଗୋଟିଏ ଦିନରେ ତିହିଡି ବ୍ଲକ୍‌ରେ ହୋଇଥିଲା । ଆଗରୁ ୨୬ ଥିଲା, କିନ୍ତୁ ୨୦୧୭ ନିର୍ବାଚନରେ ୫ଟି ପଂଚାୟତ ବଢି ବ୍ଲକ୍‌ରେ ୩୧ ପଂଚାୟତରେ ପହଞ୍ôଚଥିଲା । ଏହି ନିର୍ବାଚନରେ ଲୋକସଂଖ୍ୟା ୧ ଲକ୍ଷ ୯୪ ହଜାର ୭୬୮ ରେ ପହଞ୍ôଚଥିଲାବେଳେ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୪୮ ହଜାର ୦୪୮ ରେ ରହିଥିଲା । ୨୦୧୭ ନିର୍ବାଚନରେ ତିହିଡି ବ୍ଲକ୍‌ରେ ୧୭୮୪ ଗୋଟି ପ୍ରାର୍ଥିପତ୍ର ବିକ୍ରି ହୋଇଥିବାବେଳେ ଶେଷରେ ୧୫୫୭ଟି ପ୍ରାର୍ଥିପତ୍ର କାଏମ ରହି ନିର୍ବାଚନ ଲଢାଯାଇଥିଲା । ଏହି ନିର୍ବାଚନରେ ସମିତି ପ୍ରାର୍ଥୀ ୧୦୮ ଜଣ ଲଢିଥିବାବେଳେ ସରପଞ୍ଚ ପ୍ରାର୍ଥୀ ୧୦୫ ଜଣ ଳଢିଥିଲେ । ୪ଟି ଜିଲା ପରିଷଦ ଜୋନ୍‌ରେ ମୋଟ ୩୧ ଜଣ ପ୍ରାର୍ଥୀ ମଇଦାନରେ ଥିଲେ । ୨୦୨୨ ନିର୍ବାଚନ ପାଇଁ ୫୩୫ ଟି ବୁଥ୍ ସ୍ଥିର ହୋଇଛି । ୨୦୧୨ ଓ ୨୦୧୭ ନିର୍ବାଚନ ଅପେକ୍ଷା ୨୦୨୨ ନିର୍ବାଚନରେ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ହେବାକୁ ଯାଉଛି । ୫୩୫ ଟି ୱାର୍ଡରେ କେବଳ ୧୬୦୦ ରୁ ଅଧିକ ପ୍ରାର୍ଥୀ ଉଭା ହେବାକୁ ଯାଉଥିବାବେଳେ ସରପଞ୍ଚ, ସମିତିସଭ୍ୟ ଓ ଜିଲା ପରିଷଦ ପ୍ରାର୍ଥୀଙ୍କ ସଂଖ୍ୟା ୩୦୦ ପାଖାପାଖି ଧରିବ । ତେଣୁ ସବୁ ନିର୍ବାଚନକୁ କାଟି ଏହି ନିର୍ବାଚନରେ ପ୍ରାର୍ଥୀଙ୍କ ସଂଖ୍ୟା ୧୮୦୦ ରୁ ୧୯୦୦ ଧରିବା ଆଶଙ୍କା ପ୍ରକାଶ ପାଇଲାଣି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.