Home ଜିଲ୍ଲା ପରିକ୍ରମା ଜୁନିୟର ରେଡ୍ କ୍ରସ୍‌ର ଜୋନାଲସ୍ତରୀୟ ପ୍ରାଥମିକ ଉପଚାର ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଜୁନିୟର ରେଡ୍ କ୍ରସ୍‌ର ଜୋନାଲସ୍ତରୀୟ ପ୍ରାଥମିକ ଉପଚାର ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

78

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଇଣ୍ଡିୟାନ ରେଡ କ୍ରସ ସୋସାଇଟି ଓ କନିଷ୍ଠ ରେଡ କ୍ରସ୍ ଓଡିଶା ଶାଖା ପକ୍ଷରୁ ଜୋନାଲ ସ୍ତରୀୟ ପ୍ରାଥମିକ ଉପଚାର ପ୍ରଶିକ୍ଷଣ ଶିବିର ଜିଲ୍ଲା ସ୍କୁଲ ଭଦ୍ରକଠାରେ ଅନୁଷ୍ଠିତ ହୋଇଯାଇଛି । ଚାରି ଦିନ ଧରି ହେବାକୁ ଥିବା ଶିବିରକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ପତାକା ଉତ୍ତୋଳନ କରି ଉଦ୍‌ଘାଟନ କରିଥିଲେ । ସମସ୍ତଙ୍କ ଜୀବନରେ ପ୍ରାଥମିକ ଉପଚାର ପ୍ରଶିକ୍ଷଣର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିବା ସହିତ ଭଲ ମଣିଷ ହେବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଜୁନିଅର ରେଡ କ୍ରସ ସମ୍ପାଦକ ମାୟାଧର ସାହୁ ଜୁନିୟର ରେଡ କ୍ରସର ସେବା, ସ୍ୱାସ୍ଥ୍ୟ ଓ ବନ୍ଧୁତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଚକ୍ରଧର ମଲ୍ଲିକ ସାତୋଟି ଜିଲ୍ଲା ମୟୁରଭଞ୍ଜ, କେଉଁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, ଝାରସୁଗୁଡା ଦେବଗଡରୁ ଆସୁଥିବା ପରାମର୍ଶଦାତା ମାନଙ୍କୁ ସ୍ୱାଗତ କରିଥିବାବେଳେ ଜିଲ୍ଲା ଯୁଗ୍ମ ସମ୍ପାଦକ ହେମନ୍ତ ସୁତାର ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଜୁନିୟର ରେଡ କ୍ରସ ଅଧିକାରୀ ନରେନ୍ଦ୍ର ପ୍ରସାଦ ସାହୁ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଶିବିରରେ ରାଜ୍ୟ ସାଧନ କର୍ମୀ ଗୁଲସନ କୁମାର ଦାସ ପରାମର୍ଶଦାତାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିଥିଲେ । ମୟୁରଭଞ୍ଜ ଜିଲ୍ଲା ଜୁନିୟର ରେଡ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣି ସଭା ପରିଚାଳନା କରିଥିଲେ । ଏହି ଶିବିରରେ ଝାରସୁଗୁଡା ଜେ.ଆର.ସି. ଓ ବିମଳ କୁମାର ତାଣ୍ଡି ଓ ଦେବଗଡ ଜେ.ଆର.ସି. ରଶ୍ମିନ କୁମା ଦାସ ପ୍ରମୁଖ ଉପସ୍ଥିତ ଥିଲାବେଳେ କାଉନସେଲର ତରଣୀସେନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭ୍ୟ କିଶୋର ଧଳ, ଶାନ୍ତିଲତା ପଣ୍ଡା, ଓଷ୍ଟା ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ ଦାସ ପ୍ରମୁଖ ଯୋଗଦାନ କରିଥିଲେ । ଏଥିରେ ଜିଲ୍ଲା ସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥି, ସମରେନ୍ଦ୍ର ନାଥ ମିଶ୍ର, ତପସ୍ୱିନୀ ଦାସ, ମାନସ ନାୟକ,ଶେଖ୍ ସମ୍ମିଉଲ୍ଲା, ମୋରଦ ଅଲ୍ଲୀ ଖାଁ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.