Home ଓଡ଼ିଶା ପଚାଂୟତ ନିର୍ବାଚନ ରେ ଭୋଟର ସଂଖ୍ୟାବୃଦ୍ଧି ପାଇଁ ଜନସଚେତନତା,ମୁ ବି ଭୋଟର ହେବି ଜିଲ୍ଲାସ୍ତରୀୟ ବକୃତା...

ପଚାଂୟତ ନିର୍ବାଚନ ରେ ଭୋଟର ସଂଖ୍ୟାବୃଦ୍ଧି ପାଇଁ ଜନସଚେତନତା,ମୁ ବି ଭୋଟର ହେବି ଜିଲ୍ଲାସ୍ତରୀୟ ବକୃତା ପ୍ରତିଯୋଗୀତା

25

ମାଲକାନଗିରି,୨୩ା୧୧ (ଓଡିଆ ପୁଅ ) ଜିଲ୍ଲାପ୍ରଶାନ ପକ୍ଷରୁ ଆସନ୍ତା ପଚାଂୟତ ନିର୍ବାଚନ ରେ ଭୋଟର ସଂଖ୍ୟାବୃଦ୍ଧି ପାଇଁ ମାଲକାନଗିରି ଜିଲ୍ଲାସ୍ତରୀୟ ଜନ ସଚେତନତା ଆରମ୍ଭ ହୋଇଯାଇଛି । ଆଜି ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଙ୍କ ଅଧ୍ୟକ୍ଷତାରେ ମୁ ବି ଭୋଟର ହେବି ଜିଲ୍ଲାସ୍ତରୀୟ ବକୃତା ପ୍ରତି ଯୋଗୀତାରେ ଅନୁଷ୍ଟିତ ହୋଇ ଯାଇଛି । ଏହି ପ୍ରତି ଯୋଗୀତାରେ ଜିଲ୍ଲାର ୧୪ଟି କଲେଜର ୨୦ଜଣ ଛାତ୍ର ଛାତ୍ରୀ ଭାଗନେଇ ଓଡିଆ ଓ ଇଂରାଜୀରେ ନୂତନ ଭୋଟର ଓ ଶତପ୍ରତିଶତ ମତଦାନ ସଂପର୍କରେ କହିଥିଲେ । ଆସନ୍ତା ତ୍ରିସ୍ତରୀୟ ନିର୍ବାଚନ ପାଇଁ ୨୦୨୨ ଜାନୁଆରୀ ମାସ ସୁଦ୍ଧା ୧୮ବର୍ଷରେ ପଦାର୍ପଣ କରୁଥିବା ଯୁବକ,ଯୁବତୀ ଭୋଟର ତାଲିକାରେ ନାମ ପଜିଂକରଣ କରି ଗଣତନ୍ତ୍ରକୁ ସୁଦୃଢ କରିବା ଦରକାର ବୋଲି ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ କହିଥିଲେ । ବକୃତା ପ୍ରତି ଯୋଗୀତାରେ ପ୍ରଥମସ୍ଥାନ ଅଧିକାର କରିଥିବା ମାଲକାନଗିରି କଲେଜର ଛାତ୍ର ସୁଭ ବିଶ୍ୱାସ,ଦ୍ୱିତୀୟ ସ୍ଥାନ ଅଧିକାରୀ କରିଥିବା ଜୁଲି ମିସ୍ତ୍ରୀ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଘଡେଇ ଆବାସୀକ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ ସ୍ନେହଲତା ମୁର୍ମୁ ଙ୍କୁ ପୁରସ୍କାର, ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଜନସଚେତନତା କାର୍ଯ୍ୟକ୍ରମ ମୁ ବି ଭୋଟର ହେବି ବକୃାତ ପ୍ରତି ଯୋଗୀତାରେ ଜୁରୀମେମ୍ବର ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ,ପୁବ ର୍ତନ ଉପଜିଲ୍ଲା ପାଳ ରଥିକୃଷ୍ଣପାତ୍ର,ଅଧ୍ୟାପକ ସରୋଜ କୁମାର ଦାସ,ନମିତା ଦଣ୍ଡସେନା ବିଚାରକ ମଣ୍ଡଳୀଭାବେ ଯୋଗଦେଇଥିଲେ । ଡେପୁଟି କଲେକ୍ଟର ଲଳିତ ମଣ୍ଡଳ ଓ ଜୟଦେବ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ସଡଙ୍ଗୀ, ଅଧ୍ୟାପକ ରଂଜନ କୁମାର ସ୍ୱାଇଁ ମଚାଂଶିନ ଥିଲେ । ମାଲକାନଗିରି୧୪୬ ନମ୍ବର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୩୨ହଜାର୩୨ ଜଣ ଭୋଟର ଥିବା ବେଳେ ମହିଳା ଭୋଟର ୧ଲକ୍ଷ ୧୭ହଜାର ୯୪୯ଜଣ ଓ ପୁରୁଷ ଭୋଟର ୧ଲକ୍ଷ୧୪ହଜାର୭୨ଜଣ ଓ ତୃତୀୟ ଲିଙ୍ଗ ଭୋଟର ୧୧ଜଣ ଅଛନ୍ତି । ଚିତ୍ରକୋଣ୍ଡା ୧୪୭ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧ଲକ୍ଷ୯୨ହଜାର ୪୨୪ ଜଣ ଭୋଟର ଙ୍କ ମଧ୍ୟରୁ ମହିଳା ଭୋଟର ୧ଲକ୍ଷ୪୭୧ଜଣ ଭୋଟର ଓ ତୃତୀୟ ଲିଙ୍ଗ ଭୋଟର ୯ଜଣ ରହିଛନ୍ତି ।ଜିଲ୍ଲାରେ ମୋଟ୪ଲକ୍ଷ୨୪ହଜାର୪୫୬ଜଣ ଭୋଟର ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.