Home ଓଡ଼ିଶା ପଂଚସଖା ଅଚ୍ୟୁତାନନ୍ଦ ଦାଶଙ୍କ ସାଧନା ପୀଠ କମଳେଶ୍ୱର ରେ ୧୪୪ଧାରା

ପଂଚସଖା ଅଚ୍ୟୁତାନନ୍ଦ ଦାଶଙ୍କ ସାଧନା ପୀଠ କମଳେଶ୍ୱର ରେ ୧୪୪ଧାରା

201

ନୟାଗଡ/୩୦/୧୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଓଡିଶାର ପଞ୍ଚସଖା ମଧ୍ୟରେ ଅଚ୍ୟୁତାନନ୍ଦ ଦାଶଙ୍କ ନାମ ସୁବିଦିତ  । ସେହି ଅଚ୍ୟୁତାନନ୍ଦ ଦାଶ ନୟାଗଡ ଜିଲ୍ଲା ରଣପୁର ମଝିଆଁଖଣ୍ଡ ଠାରେ ଥିବା କମଳେଶ୍ୱର ଦେବଙ୍କ ନିକଟରେ ସାଧନା କରି ଓଡିଆ ହରି ବଂଶ ଲେଖିଥିଲେ ବୋଲି କପିଳ ସଂହିତା ରେ ବର୍ଣ୍ଣିତ ଅଛି । ଯାହାକି ରଣପୁର ଇତିହାସ ରେ ସ୍ଥାନ ପାଇଅଛି । ଓଡିଆ ହରିବଂଶ ହିନ୍ଦୁ ପରିବାର ମାନଙ୍କ ରେ ପୁରପଲ୍ଲୀ ରେ ପରିଚିତ । ହେଲେ ସେହି ପୀଠ ଏବେ ଅବହେଳିତ । ସେହି ପୀଠରେ କାର୍ତ୍ତିକ ପୁର୍ଣ୍ଣମୀ ପାଇଁ କୋଭିଡ କଟକଣା ରେ ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ କରାଯାଇଥିବା ଜଣାପଡିଛି । ପୋଲିସ ଜଗିରହିଛନ୍ତି  ଯାହାଫଳ ରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ବାବା କମଳେଶ୍ୱର ଙ୍କୁ ଦର୍ଶନ ନକରି ମନ ଦୁଃଖ ରେ ମନ୍ଦିର ବେଢା ବାହାରୁ ମୁଣ୍ଡିଆ ମାରି ଫେରୁଥିବା ଦେଖାଦେଇଛି । କିମ୍ବଦନ୍ତୀ ଅନୁସାରେ ମନ୍ଦିର ନିର୍ମାଣ ସମୟରେ ଦେଉଳର ମୁଖ ପୁର୍ବ ଦିଗକୁ ଥିଲା ।

ଦେଉଳ ପଛ ପଟେ କମଳିଆ ନାମରେ ଏକ ଗୋପାଳ ବାଳକ ବଂଶୀ ବାଦନ କରିଥିଲା । ବଂଶୀର ସ୍ୱର ଏତେ ମଧୁର ଥିଲା ଯେ ଠାକୁର ଶୂନ୍ୟ ବାଣି କଲେ ହେ ବଂଶୀ ବାଦକ ମୋ ମନ୍ଦିର ସାମ୍ନାକୁ ଆସି ବଂଶୀ ବଜାଅ କିନ୍ତୁ ନିର୍ବୋଧ ବାଳକ କମଳିଆ କହିଥିଲା ଯେ ଯାହାର ବଂଶୀର ସ୍ୱର ଶୁଣିବାକୁ ଇଚ୍ଛା ସେ ମୋ ପାଖକୁ ଆସ । ଏହା ପରେ ମନ୍ଦିର ବୁଲିଯାଇ ମୁଖଶାଳା ପଶ୍ଚିମ ଦିଗକୁ ହୋଇଯାଇଥିଲା । ସେହିଦିନ ଠାରୁ ବାବାଙ୍କ ନାମ କମଳେଶ୍ୱର ବୋଲି କୁହାଯାଉଅଛି । ବାବାଙ୍କ ସହିତ ସେ କମଳିଆ ଗଉଡ ର ପ୍ରତିମୃତି ମଧ୍ୟ ପୂଜା ପାଉଅଛି । ଏହି ପୀଠରେ ତିନି ଦିନ ଧରି ଦୋକାନ ବଜାର ପଡି ଯାତ୍ରା ଅନିଷ୍ଠିତ ହୋଇଥାଏ । ପ୍ରଶାସନର ଚଳିତ ବର୍ଷ ୧୪୪ ଦାରା ଯୋଗୁଁ ଯାତ୍ରା ମଧ୍ୟ ବନ୍ଦ ହୋଇଯାଇଅଛି । ମନ୍ଦିର ର ସେବାୟତ ମାନେ ଭକ୍ତଙ୍କ ଠାରୁ ହଜାର ହଜାର ଟଙ୍କା ଦକ୍ଷିଣା ଆକାରରେ ପାଇଥାନ୍ତି । ସେମାନେ ମନ ଦୁଃଖ କରିଥିବା ଜଣାପଡିଛି । ଏଥିସହ ଅନ୍ୟ ମନ୍ଦିର ପୁଷ୍କରିଣୀ ଓ ନଦୀ ଘାଟରେ ଜନ ଗହଳି କୁ ରୋକିବା ପାଇଁ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.