Home ଓଡ଼ିଶା ପଂଚମ ପର୍ଯ୍ୟାୟ ରଥକାଠ ପୁରୀରେ ପହଁଁଚିଲା

ପଂଚମ ପର୍ଯ୍ୟାୟ ରଥକାଠ ପୁରୀରେ ପହଁଁଚିଲା

345

ପୁରୀ, ୧୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପଂଚମ ପର୍ଯ୍ୟାୟ ରଥକାଠ ଆଜି ୨ଟି ଟ୍ରକ ଯୋଗେ ରଥଖଳାରେ ପହଂଚିଛି। ୨ଟି ଟ୍ରକରେ ମୋଟ ୪୨ଖଣ୍ଡ ଅସନ ଓ ଧଉରା କାଠ ରଥଖଳାରେ ପହଂଚିଛି। ୨୦ଫୁଟିଆ ଓ ୧୨ଫୁଟିଆ କାଠ ରଥଖଳାରେ ପହଂଚିଛି। ମୋଟ ୬୭୨ଖଣ୍ଡ କାଠ ଆବଶ୍ୟକତା ଥିବାବେଳେ ଆଜିସୁଦ୍ଧା ୧୭୫ଖଣ୍ଡ କାଠ ରଥଖଳାରେ ପହଂଚିଛି ବୋଲି ରଥ ତତ୍ୱବଧାରକ ସୁଦର୍ଶନ ମେକାପ ପ୍ରକାଶ କରିଛନ୍ତି। ଆସନ୍ତା ୨୬ ତାରିଖ ପବିତ୍ର ଅକ୍ଷୟତୃତୀୟ ଅବସରରେ ଶ୍ରୀମନ୍ଦିରରୁ ତିନାବାଡରୁ ୩ଟି ଆଜ୍ଞାମାଳ ନେଇ ପୂଜାପଣ୍ଡା ସାମନ୍ତ ରଥଖଳାରେ ପହଚିଂବା ପରେ ପାମ୍ପରିକ ରୀତୀ ଅନୁଯାୟୀ ୩ଟି ଧଉରା କାଠ ତୁମ୍ବ ନିର୍ମାଣ ପାଇଁ ଅନୁକୂଳ କରାଯିବ ବୋଲି ଭୋଇ ସର୍ଦ୍ଧାର ରବି ଭୋଇ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.