Home ଅନୁଗୁଳ ଏମ୍‌.ସି.ଏଲ ଭରତପୁର ସୁରଭି ମହିଳା ମଣ୍ଡଳ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଏବଂ ମାସ୍କ ବଂଟନ

ଏମ୍‌.ସି.ଏଲ ଭରତପୁର ସୁରଭି ମହିଳା ମଣ୍ଡଳ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଏବଂ ମାସ୍କ ବଂଟନ

179

ତାଳଚେର,୧୧/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ସ୍ଥିତ ଏମ୍‌.ସି.ଏଲ ଭରତପୁର ସୁରଭି ମହିଳା ମଣ୍ଡଳ ପକ୍ଷରୁ ପ୍ରଭାବିତ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଏବଂ ମାସ୍କ ବଂଟନ କରାଯାଇଛି । ଦେଶ ତଥା ରାଜ୍ୟରେ ଲକ୍ ଡାଉନ ଜାରି ରହିଥିବା ବେଳେ ଲୋକେ କରୋନାକୁ ପ୍ରତିହତ କରିବାକୁ ଘରେ ସମୟ ବିତାଉଛନ୍ତି । ଏଭଳି ସ୍ଥଳେ କାମଧନ୍ଦା ବନ୍ଦ ହୋଇଯିବାରୁ ବହୁ ଦିନ ମଜୁରିଆ,ଖଟିଖିଆ ଲୋକେ ଅଭାବ ଅନଟନରେ ଦିନ କାଟୁଛନ୍ତି । ଏଭଳି ସମୟରେ ସେମାନଙ୍କୁ ସହାୟତାର ହାତ ବଢ଼ାଇଛି ଏମ୍‌.ସି.ଏଲ ଭରତପୁର ସୁରଭି ମହିଳା ମଣ୍ଡଳ । ଜିଲ୍ଲା ରେଡ଼କ୍ରସର ବରିଷ୍ଠ ସଦସ୍ୟ ବଳରାମ ପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ସ୍କଟଲ୍ୟାଣ୍ଡପୁର,ମୁଣ୍ଡା ବସ୍ତି,ନାଏକ ସାହି,ତଳ ସାହି ଓ ହାଟ ପରିସର ଆଦି ଅଂଚଳରେ ଶତାଧିକ ଗରିବ ଶ୍ରେଣୀ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯିବା ସହ କରୋନା ଭୁତାଣୁ ସଂକ୍ରମଣରୁ ବର୍ତିବା ପାଇଁ ସେମାନଙ୍କୁ ହାତ ଧୂଆର ସଠିକ୍ ପ୍ରଣାଳୀ ଓ ସାମାଜିକ ଦୂରତା ସମ୍ବନ୍ଧରେ ସଚେତନ କରାଯାଇ ମାସ୍କ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଶିଷ ଆନନ୍ଦ ଦାସ,ବାପି ମହାନ୍ତି,ଧୀରେନ ଦାସ,ଲୋକ ରଞ୍ଜନ ବୀର,ମନିଶ ଅଗ୍ରୱାଲ, ଅମୀୟ ରଞ୍ଜନ ଦାସ,ମନୋରଞ୍ଜନ ଦାସ,ଦେବ ରଞ୍ଜନ ସାମଲ,ଦେବ ପ୍ରସାଦ ସାହୁ ପ୍ରମୁଖ ସାମିଲ ହୋଇ ଚାଉଳ,ଡାଲି,ଆଳୁ ଓ ହଳଦୀ ଆଦି ବଂଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.