Home ଓଡ଼ିଶା ପଂଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ଓ ପରିସର ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ପଂଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ଓ ପରିସର ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

289

ନୂଆ ଦିଲ୍ଲୀ ୨୭-୧୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ ପଂଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ମଞ୍ଜୁରି ଫଳରେ ପଂଚଦଶ ଅର୍ଥ ଆୟୋଗ ପ୍ରଥମ ଆର୍ଥିକ ବର୍ଷ ୨୦୨୦-୨୧ ଲାଗି ପ୍ରଥମ ରିପୋର୍ଟ ଦାଖଲ କରିବା ଏବଂ ୨୦୨୧-୨୨ ଠାରୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅବଧିର ଚୁଡ଼ାନ୍ତ ରିପୋର୍ଟ ୩୦ ଅକ୍ଟୋବର ୨୦୨୦ ସୁଦ୍ଧା ଉପସ୍ଥାପନ କରିବାରେ ସକ୍ଷମ ହେବେ।

କାର୍ଯ୍ୟକାଳ ସମ୍ପ୍ରସାରଣ ଫଳରେ ଅର୍ଥ ଆୟୋଗ ୨୦୨୦ରୁ ୨୦୨୬ ଅବଧି ପାଇଁ ନିଜ ସୁପାରିସକୁ ଅନ୍ତିମ ରୂପ ଦେଇପାରିବେ। ଏଥିସହିତ ସଂସ୍କାର ଓ ନୂତନ ବାସ୍ତବିକତାକୁ ଧ୍ୟାନରେ ରଖି ଆର୍ଥିକ ପୂର୍ବାନୁମାନ ପାଇଁ ବିଭିନ୍ନ ତୁଳନୀୟ ଆକଳନର ନିରୀକ୍ଷଣ କରିବାରେ ସକ୍ଷମ ହୋଇପାରିବେ।

ଆଦର୍ଶ ଆଚରଣ ସଂହିତା କାରଣରୁ ଲାଗୁ ହୋଇଥିବା ପ୍ରତିବନ୍ଧକ ହଟିବା ପରେ ଏଇ ନିକଟରେ ଅର୍ଥ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ ସମ୍ପୂର୍ଣ୍ଣ କରିଛନ୍ତି। ଯଦ୍ଦ୍ୱାରା ରାଜ୍ୟଗୁଡ଼ିକର ଆବଶ୍ୟକତାର ବ୍ୟାପକ ଆକଳନ ପ୍ରଭାବିତ ହୋଇଛି।

ଆୟୋଗଙ୍କ ବିଚାରଯୋଗ୍ୟ ବିଷୟ ବ୍ୟାପକ ହୋଇଥିବାରୁ ଏହାର ଉଦ୍ଦେଶ୍ୟକୁ ଯାଂଚ କରିବା ଏବଂ ରାଜ୍ୟର ଆବଶ୍ୟକତା ଅନୁଯାୟୀ ଏହାକୁ ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ସମୟ ଆବଶ୍ୟକ।

ଯେଉଁ ଅବଧି ମଧ୍ୟରେ ଆୟୋଗଙ୍କ ସୁପାରିସ ଲାଗୁ ହୋଇଛି ସେଥିରେ ପ୍ରସ୍ତାବିତ ସମ୍ପ୍ରସାରଣ ଫଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ମଧ୍ୟଅବଧି ସମ୍ବଳ ଯୋଜନା ପ୍ରସ୍ତୁତ କରିବାରେ ସୁବିଧା ହେବ। ୧ ଏପ୍ରିଲ, ୨୦୨୧ ପରେ ଆୟୋଗଙ୍କ ପାଇଁ ୫ ବର୍ଷର କଭରେଜ ଉପଲବ୍ଧ ହେବା ଫଳରେ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟଙ୍କୁ ମଧ୍ୟମ ଠାରୁ ଆରମ୍ଭ କରି ଦୀର୍ଘ ଅବଧି ପାଇଁ ଆର୍ଥିକ ଦୃଷ୍ଟିକୋଣ ସହିତ ନିଜ ଯୋଜନା ପ୍ରସ୍ତୁତ କରିବାରେ ସହାୟତା ମିଳିପାରିବ। ଏଥିସହିତ ମଧ୍ୟବର୍ତ୍ତୀ ଆକଳନ ଓ ସୁଧାର ଲାଗି ଯଥେଷ୍ଟ ସମୟ ଉପଲବ୍ଧ ହେବ।

ଏହା ଅନୁମାନ କରାଯାଉଛି ଯେ ଚଳିତ ଆର୍ଥିକ ବର୍ଷରେ ଆରମ୍ଭ କରାଯାଇଥିବା ଆର୍ଥିକ ସଂସ୍କାରର ପ୍ରଭାବ ୨୦୨୦-୨୧ର ପ୍ରଥମ ତ୍ରୈମାସର ଶେଷରେ ମିଳିବାକୁ ଥିବା ତଥ୍ୟରେ ପ୍ରତିଫଳିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.