Home ଓଡ଼ିଶା ଝୋଟ ଅଖାରେ ବାଧ୍ୟତାମୂଳକ ପ୍ୟାକେଜିଂ ନିୟମ ସମ୍ପ୍ରସାରଣକୁ କ୍ୟାବିନେଟ ମଞ୍ଜୁରି : ଓଡ଼ିଶା ସମେତ ପୂର୍ବ...

ଝୋଟ ଅଖାରେ ବାଧ୍ୟତାମୂଳକ ପ୍ୟାକେଜିଂ ନିୟମ ସମ୍ପ୍ରସାରଣକୁ କ୍ୟାବିନେଟ ମଞ୍ଜୁରି : ଓଡ଼ିଶା ସମେତ ପୂର୍ବ ଓ ଉତର-ପୂର୍ବାଂଚଳ ରାଜ୍ୟର ଝୋଟ ଚାଷୀ ହେବେ ଉପକୃତ 

668

ନୂଆ ଦିଲ୍ଲୀ ୨୭-୧୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ୨୦୧୯-୨୦ ବର୍ଷ ଲାଗି ଝୋଟ ଅଖାରେ ଖାଦ୍ୟଶସ୍ୟ ଓ ଚିନିର ବାଧ୍ୟତାମୂଳକ ପ୍ୟାକେଜିଂ ନିୟମ ସମ୍ପ୍ରସାରଣକୁ ଅନୁମୋଦନ କରିଛନ୍ତି।

ସରକାର ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଝୋଟ ଅଖାରେ ସାମଗ୍ରୀ ପ୍ୟାକେଜିଂ ଆଇନ, ୧୯୮୭ ଅନୁଯାୟୀ ବାଧ୍ୟତାମୂଳକ ପ୍ୟାକେଜିଂ ନିୟମ ସମ୍ପ୍ରସାରଣକୁ ବଜାୟ ରଖିଛନ୍ତି। କ୍ୟାବିନେଟ ନିଷ୍ପତି ଅନୁଯାୟୀ ୧୦୦ ପ୍ରତିଶତ ଖାଦ୍ୟଶସ୍ୟ ଏବଂ ୨୦ ପ୍ରତିଶତ ଚିନିର ପ୍ୟାକେଜିଂ ବାଧ୍ୟତାମୂଳକ ଭାବେ ଝୋଟ ଅଖାରେ କରାଯିବ।

ଲାଭ :

ଝୋଟ ଅଖାରେ ଚିନି ଓ ଖାଦ୍ୟଶସ୍ୟ ପ୍ୟାକେଜିଂ କରାଯିବା ଦ୍ୱାରା ଝୋଟ ଉଦ୍ୟୋଗ ଲାଭାନ୍ୱିତ ହେବ। କ୍ୟାବିନେଟ ଏହି ନିଷ୍ପତି ମଧ୍ୟ ନେଇଛନ୍ତି ଯେ ଝୋଟ ଅଖାର ୧୦ ପ୍ରତିଶତ ଜେଇଏମ ପୋର୍ଟାଲରେ ନିଲାମୀ ଜରିଆରେ ହାସଲ କରାଯିବା ଆବଶ୍ୟକ। ଏହି ମଞ୍ଜୁରି ଫଳରେ ଦେଶର ପୂର୍ବ ଏବଂ ଉତରପୂର୍ବାଂଚଳ କ୍ଷେତ୍ର ବିଶେଷ କରି ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ମେଘାଳୟ ଓ ତ୍ରିପୁରାର ଝୋଟ ଚାଷୀ ଓ ଶ୍ରମିକମାନେ ଲାଭବାନ ହୋଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.