Home ଜିଲ୍ଲା ପରିକ୍ରମା ନୟାଗଡ଼ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ଜିଲ୍ଲାପାଳଙ୍କ ଅଚାନକ ଚଢ଼ଉ

ନୟାଗଡ଼ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ଜିଲ୍ଲାପାଳଙ୍କ ଅଚାନକ ଚଢ଼ଉ

213

ନୟାଗଡ଼ ୦୩.୦୬ (ଓଡ଼ିଆ ପୁଅ) – ଗତକାଲି ସନ୍ଧ୍ୟା ୭ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଡି.ଏଫ.ଓ, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ, ନିର୍ବାହୀ ଅଧିକାରୀ, ପୌର ପରିଷଦଙ୍କ ସହିତ ନୟାଗଡ଼ ସହର ଚଢ଼ଉ କରି ବେଆଇନ ଭାବେ ଖୋଲା ଯାଇଥିବା ବିଭିନ୍ନ ଦୋକାନ ଗୁଡ଼ିକୁ ସିଜ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ବେଆଇନ ଭାବେ ପାର୍କିଂରେ ଥିବା ବାଇକ୍ ଗୁଡ଼ିକୁ ଜବତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସକାଳ ୬ଘଟିକାରୁ ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ବଜାର ଖୋଲା ରହିବ। ଏହାକୁ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.