Home ଜିଲ୍ଲା ପରିକ୍ରମା ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୨୪ତମ ବାର୍ଷିକ ଉତ୍ସବ

ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୨୪ତମ ବାର୍ଷିକ ଉତ୍ସବ

220

ନୟାଗଡ଼, ୩୦ା୧୨(ଓଡ଼ିଆ ପୁଅ): ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୪ତମ ବାର୍ଷିକ ଊତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ସାହୁ ଶିଶୁ ମାନଙ୍କର ଅର୍ନ୍ତନିହିତ ଜ୍ଞାନର ପରିପ୍ରକାଶ ଓ ବିକାଶ ଉପରେ ଗୁରୁତ୍ୱ ଦେବାକୁ କହିଥିଲାବେଳେ ଏକ ଭଲ ଛାତ୍ରଟିଏ ସୁସ୍ଥ ସମାଜରେ ପ୍ରତିଷ୍ଠା ଲାଭ କରିବାକୁ ହେଲେ ପିତା ମାତାଙ୍କର ସକରାତ୍ୱକ ପ୍ରେରଣା ଅଧିକ ଫଳପ୍ରଦ ହେବ ବୋଲି କହିଥିଲେ। ଏଥିପାଇଁ ଭଲ ପଢିବା ସହିତ ଭଲ ହେବାପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତାଭାବେ ସୁଦର୍ଶନ ମିଶ୍ର ଯୋଗଦେଇ ଭାରତୀୟ ଏ÷ତିହ୍ୟରେ ବୀରସୂରୀମାନଙ୍କର ତ୍ୟାଗପୂତ ଜୀବନୀ ଉପରେ ଆଲୋକପାତ କରିଥିଲେି। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାମନ୍ଦିରର ସଂପାଦକ ଶାନ୍ତନୁ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲାବେଳେ ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟ ବାର୍ଷିକ ବିବରଣୀ ପଠନ ଓ ଉପସଭାପତି ନମିତା କୁମାରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷିରେ ଶିଶୁମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ନାଟକ’ ଝିଅ ପୋଛିଦେବ ଆଖିର ଲୁହ’ ମଂଚସ୍ଥ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ଶିଶୁମାନଙ୍କୁ ପୁରଷ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.